centurian jitm

ବିଜେପି ପକ୍ଷରୁ ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ରାଜ୍ୟ ସରକାରଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ କରି ବିଜେପି ତରଫରୁ ସାରା ରାଜ୍ୟରେ ବ୍ଲକ କାର୍ଯ୍ୟାଳୟମାନେ ଘେରାଉ କରାଯାଉଥିବା ବେଳେ ଆଜି ଏହି ପରିପ୍ରେକ୍ଷୀରେ ପଦ୍ମପୁର ଠାରେ ମଧ୍ୟ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଦଳୀୟ କର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ବ୍ଲକରେ ଚାଲିଥିବା ବିଭିନ୍ନ ଦୁର୍ନୀତି ବିଷୟରେ ଆଲୋକପାତ କରିବା ସହ କିପରି ଜନସାଧାରଣଙ୍କୁ ହେଉଥିବା ସମସ୍ୟା ମାନଙ୍କର ସମାଧାନ ହୋଇପାରିବ ଏବଂ ଦୁର୍ନୀତି ହଟାଯାଇ ପାରିବ ତାକୁ ନେଇ ପଦ୍ମପୁର ବିଡିଓଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ବରଗଡ ସାଂସଦ ସୁରଶେ ପୂଜାରୀ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ବରିଷ୍ଠ ବିଜେପି ନେତା ସୁରେଶ୍ୱର ଶତପଥୀ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରିତେଶ କୁମାର ବହିଦାର, ଜିଲ୍ଲା ସାଧାରଣ ସଂପାଦକ ସରୋଜ ପାଣିଗ୍ରାହୀ, ପଦ୍ମପୁର ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକ, ଜିଲ୍ଲା ଉପ ସଭାପତି ସରୋଜ ସାମଲ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ଏନ୍‌ଏସି ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ତା, ରାଜ ବୋଡାସମ୍ବର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଲରାମ ସାହୁ, ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ହରିହର ସାହୁ, ନଗର ସଭାପତି ସୁନୀଲ ଅଗ୍ରୱାଲ, ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ବରିକେଲ ମଣ୍ତଳ ସଭାପତି ସୌକିଲାଲ ସାହା, ଜଗଦଲପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ, ସର୍ଗିବାହାଲ ମଣ୍ତଳ ସଭାପତି ନିରାକାର ବରିହା, ଦହିତା ମଣ୍ତଳ ସଭାପତି କେତନ ମେହେର, ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଯୋଗେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ମେହେର, ରାଜେନ୍ଦ୍ର ସେଠ, ଶ୍ରୀମତୀ ସରସ୍ୱତୀ ସାହୁ, ଶ୍ରୀମତୀ ଜ୍ୟୋସ୍ନା କରଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.