ବିଜେପି କୃଷକ ମୋର୍ଚ୍ଚା ତରଫରୁ ପାଇକମାଲ ସେବା ସମବାୟ ସମିତି ଅଫିସକୁ ଘେରାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଯୋଗେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଆଜି ଶତାଧିକ ଚାଷୀ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପାଇକମାଲ ସେବା ସମବାୟ ସମିତି କାର୍ଯ୍ୟାଳୟକୁ ଘେରାଉ କରି ସମ୍ପାଦକଙ୍କୁ ପାଞ୍ଚ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀଗୁଡିକ ମଧ୍ୟରେ ମୁଖ୍ୟତଃ ସମିତି ଅଧିନସ୍ଥ ମଣ୍ତିଜାଗାମାନଙ୍କରେ ଚାଷୀମାନଙ୍କୁ ସାର ଯୋଗାଇ ଦେବାର ବ୍ୟବସ୍ଥା କରିବା, ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଚାଷୀଙ୍କ ସୁବିଧା ପ୍ରତି ଯତ୍ନବାନ ହେବା, ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଉଦ୍ୟମ କରିବା, ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବ୍ୟବସାୟୀ ମାନଙ୍କ ଅନୁପ୍ରବେଶକୁ ରୋକିବା, ସଂମ୍ପ୍ରତ୍ତି ମରୁଡ଼ି ପରିସ୍ଥିତିରେ ଚାଷୀଙ୍କୁ ଆନୁଷ୍ଟାନିକ ମୌଳିକ ସହାୟତା ଯୋଗାଇ ଦେବାକୁ ସଭାରେ ବକ୍ତା ମାନେ ନିଜ ନିଜର ମତ ପ୍ରଦାନ କରିଥିଲେ । ଘେରାଉ ଓ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲା ଉପସଭାପତି ସରୋଜ ସାମଲ, ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ମାଣ୍ଡୋସିଲ ମଣ୍ତଳ ସଭାପତି ସଞୟ ବେହେରା, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ଶୁଶାନ୍ତ ନାଗ, ମାଧବ ପାଣିଗ୍ରାହୀ, ପୁରନ୍ଦର ସାହୁ, ଇନ୍ଦ୍ରଜିତ ଭୋଇ, ରୋଶନ ପାଣିଗ୍ରାହୀ, ରାଜା ମହମ୍ମଦ, ନରୋତ୍ତମ ଦାଶ, ଦିବାକର ତାଣ୍ତି, ଗୁରୁବାରୁ ପ୍ରଧାନ, ବନମାଳି ପଟେଲ, ଅକ୍ଷୟ ସାହୁ, ଦିବ୍ୟ ହଂସ, ମନୋଜ କୁମ୍ଭାର, ପରମାନନ୍ଦ ସାହୁ, ଶଶିଧର ସାହୁ, ଡୋଲାମଣି ବଢେଇ, ଶୁକଦେବ ପ୍ରଧାନ, ହରେକୃଷ୍ଣ ସୁନାଙ୍କ ସମେତ ସାତଟି ପଞ୍ଚାୟତରୁ ଆସିଥିବା ଚାଷୀ ଅଂଶଗ୍ରହଣ କରିଥିଲେ । ପାଇକମାଲ ସେବା ସମବାୟ ସମିତି ସଂପାଦକ ରମେଶ ସାହୁ ଘେରାଉ ସ୍ଥାନକୁ ଆସି ପାଇକମାଲ ମଣ୍ତଳ ସଭାପତି କୌଲାସ ଦିଶ୍ରୀଙ୍କ ଠାରୁ ଦାବୀପତ୍ର ଗ୍ରହଣ କରିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଦାବୀଗୁଡିକର ତୁରନ୍ତ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ ।

jittmm
Leave A Reply

Your email address will not be published.