
ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତା : ୧୬ ତାରିଖ ଦିନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚା ଧାରଣା ଦେବ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ଯୋଜନାରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଝାରବନ୍ଧ ବ୍ଲକକୁ ଆସୁଥିବା କୋଟି କୋଟି ଟଙ୍କା ବାଟ ମାରଣା ହେଉଥିବା ଓ ବିଧାୟକ, ବ୍ଲକ ଚ୍ୟାରମେନ, ପିଡି, ଡିଆରଡିଏ, ବିଡିଓ, ଆସିଷ୍ଟାଣ୍ତ ଇଂଜିନିୟର, ଜୁନିୟର ଇଞ୍ଜିନିୟର ଆଦିଙ୍କ ନାମରେ ୨୪ % ବ୍ଲକରେ ପିସି କଟା ଯାଉଥିବା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ଆସନ୍ତା ୧୬ ତାରିଖ ଦିନ ଝାରବନ୍ଧ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ନିଷ୍ପତ୍ତି ନେଇଛି । ଯୁବ ମୋର୍ଚ୍ଚାର ଜିଲ୍ଲା ସଂପାଦକ ସାମନ୍ତ ଶେଖର ମୁନା ଏହି ମର୍ମରେ ଆଜି ବିଡିଓଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ବିଡିଓଙ୍କ ଅନୁପସ୍ଥିତରେ ଅତିରିକ୍ତ ବିଡିଓ ଦେବାଶିଷ ସିହ୍ନା ଦାବୀପତ୍ର ଗ୍ରହଣ କରି ଜିଲ୍ଲାପାଳଙ୍କ ନିକଟକୁ ପଠାଇବା ପାଇଁ ପ୍ରତିଶୃତି ଦେଇଥିଲେ । ଦାବୀପତ୍ର ଦେବା ସମୟରେ ଶ୍ରୀ ମୁନାଙ୍କ ବ୍ୟତିତ ବରଗଡ ସାଂସଦ ପ୍ରତିନିଧି ହରିହର ସାହୁ, ଜଗଦଲପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ, ସୁବୋଧ ପ୍ରଧାନ, ରବିଲାଲ ଉଗ୍ରେ ଆଦି ଉପସ୍ଥିତ ଥିଲେ । ଝାରବନ୍ଧରୁ ଶକ୍ତ ଯାଉଥିବା ରାସ୍ତା କଡରେ ମାତ୍ର ୨ ଲକ୍ଷ ଟଙ୍କାର ବନ୍ଦ କାମ କରାଯାଇ ୬ ଲକ୍ଷ ୫୦ ହଜାର ଟଙ୍କା ବିଲ କରା ଯାଇଥିବା ଓ ଗ୍ରାମ୍ୟ ଜଙ୍ଗଲ ଭିତରେ କିଭଳି କାମ ହେଲା ତାର ତଦନ୍ତ, କୁର୍ଲୁପାଲି ଗ୍ରାମ ପଞ୍ଚାୟତର ଉରେଇଦାଦରରୁ ବେହେରାଡୁବୁରି ଗୋଟିଏ ରାସ୍ତାରେ ମେଟାଲ ମୁରୁମ କାମ ପର୍ଯ୍ୟାୟ କ୍ରମେ ୫ ଲକ୍ଷ ଟଙ୍କା, ୪ ଲକ୍ଷ ଟଙ୍କା, ୩ ଲକ୍ଷ ଟଙ୍କା, ସର୍ବମୋଟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚର ତଦନ୍ତ, ୫ ହଜାର ପାଇଖାନା ସ୍ୱଚ୍ଛ ଭାରତ ନିର୍ମାଣ ନକରି ଟଙ୍କା ଉଠାଣ, ଡଭା ହରଡାଟାଲ ଗ୍ରାମରୁ ଛିନ୍ଦବାହାଲି ଓ ବଣ୍ତାମୁଣ୍ତା ଗ୍ରାମକୁ ମେଟାଲ ମୋରୁମ କାମ ନାରେ ୧୮ ଲକ୍ଷ ଟଙ୍କାର ମିଥ୍ୟା ବିଲର ତଦନ୍ତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତା ସହ ଅନ୍ୟାନ୍ୟ କାର୍ଯ୍ୟରେ ଅନିୟମିତା ପ୍ରତିବାଦରେ ଯୁବ ମୋର୍ଚ୍ଚା ଧାରଣା ଦେବ ବୋଲି ସୂଚନା ମିଳିଛି ।
