oom

ଛତ୍ରପୁର ଅଧ୍ୟକ୍ଷା ହେଲେ ବିଜେପି ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ

jsmm

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ସହରରେ ଖୁସିର ଲହରୀ ଖେଳିଯାଇଛି । ଭାଜପା ବିଜୟ ବାନା ଉଡ଼ାଇଲା । ଛତ୍ରପୁର ଅଧ୍ୟକ୍ଷା ହେଲେ ବିଜେପି ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ । ଛତ୍ରପୁର ସହରରେ ସନ୍ଧ୍ୟାରେ ବିଶାଳ ପଟୁଆରରେ ବିଭିନ୍ନ ବାଦ୍ୟଧ୍ୱନି ଓ ରୋଷଣୀରେ ସହର ପରିକ୍ରମା ହୋଇଛି । ବିଜୟିନୀ ବିଜେପି ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ ୬ ହଜାର ୯୫ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥିନୀ ଟି.ଲକ୍ଷ୍ମୀ ୫ ହଜାର ୨୭୭ଟି ଭୋଟ ପାଇ ହାରିଯାଇଛନ୍ତି । ସେହିପରି ଛତ୍ରପୁର ଏନ୍.ଏ.ସି.ରେ ସର୍ବମୋଟ ୧୪ ୱାର୍ଡ ରହିଥିବା ବେଳେ ତନ୍ମଧ୍ୟରେ ବିଜେପି ୩ଟି, ବିଜେଡି ୯ଟି, ସ୍ୱାଧୀନପ୍ରାର୍ଥୀ ଭାବେ ୧୦ ନମ୍ବର ୱାର୍ଡରେ ଦେବାଶିଷ ମିଶ୍ର ଏବଂ ବିଜେଡି ପ୍ରାର୍ଥୀ ମମତା ପାତ୍ର ବିନା ପ୍ରତିଦ୍ୱନ୍ଦିତାରେ ବିଜୟ ଲାଭ କରିଛନ୍ତି । ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ସ୍ୱାମୀ ସମାଜସେବୀ କେ.ଚନ୍ଦ୍ର ଶେଖର ରେଡ୍ଡୀ, ବିଜେପି ନେତା ପ୍ରଶାନ୍ତ କର, ପୂର୍ବତନ ଗଞ୍ଜାମ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ଛତ୍ରପୁର ବାରଆସୋସିଏସନ୍‌ର ସଭାପତି ପ୍ରଦୀପ କୁମାର ପାଢ଼ୀ ପ୍ରମୁଖ ବିଜେପି ଦଳ ତରଫରୁ ଛତ୍ରପୁରକୁ ମୁନିସିପାଲଟି ଭାବେ ଘୋଷଣା କରିବାକୁ ରାଜ୍ୟସରକାରଙ୍କ ଠାରେ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.