oom

ସାନଖେମୁଣ୍ଡି ବ୍ଳକରେ ବିଜେଡିମେଳି : ପ୍ରଚାରରେ ବାହାରିଛନ୍ତି, ମହାରାଣୀ ନନ୍ଦିନୀ ଦେବୀ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ୬୦ ନମ୍ବର ଜୋନରେ ଏସ.ଗୋପାଳପୁର, ରାମଚନ୍ଦ୍ରପୁର, ଆମ୍ବଗାଁ ଆଦି ପଞ୍ଚାୟତର ସମସ୍ତ ଗ୍ରାମରେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ମାମାନୀ ପାତ୍ରଙ୍କ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି । ଏହି ପ୍ରଚାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାନଖେମୁଣ୍ଡି ବିଧାୟିକା ତଥା ରାଜ୍ୟ ମହିଳା ବିଜୁ ଜନତା ଦଳ ଉପଦେଷ୍ଟା ଶ୍ରୀମତୀ ନନ୍ଦିନୀ ଦେବୀ, ମାନ୍ୟବର ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ଭୁବନେଶ୍ୱର ବିଧାୟକ ତଥା ସାନଖେମୁଣ୍ଡି ପର୍ଯ୍ୟବେକ୍ଷକ ଅନନ୍ତ ନାରାୟଣ ଜେନା, ଗଞ୍ଜାମ ଜିଲ୍ଲା ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ସଂଘମିତ୍ରା ଦଳେଇ, ଗଞ୍ଜାମ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ସାହୁ, ବ୍ଲକ ସଭାପତି ନୀଳମାଧବ ରାଉତ ଓ ବ୍ଲକ ତଥା ପଞ୍ଚାୟତର ଯୁବ ଛାତ୍ର ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.