oum

ଲରମ୍ଭା ପଞ୍ଚାୟତର ୧୧୧ ଜଣ ଯୁବ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କଲେ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଲରମ୍ଭା ପଞ୍ଚାୟତର ୧୧୧ ଜଣ ଯୁବ ବିଜେପି ଓ କଂଗ୍ରେସ କର୍ମୀଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ୧୧୧ ଜଣ ଯୁବକଙ୍କ ନିଜ ଟିମ୍ ସହ ମିଶି ଆଜି ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ କରିଛନ୍‌ନ୍ତି । ଦିନକୁ ଦିନ ବିଜେଡି ଦଳରେ ଯୋଗଦାନ କରୁଥିବା କର୍ମୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଶ୍ରୀ ମେହେର ଦଳରେ ସାମିଲ ହୋଇଥିବା କର୍ମୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଦଳର ନିତି ଆର୍ଦଶ ମାନି କାମ କରିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.