oum

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବେଲପଡା ବ୍ଲକରେ ବିଜେଡିର ସାଂଗଠନିକ ବୈଠକ

jsm

ପାଟଣାଗଡ, (ଗୋରେଖନାଥ ବରିହା) : ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବେଲପଡା ବ୍ଲକରେ ବିଜେଡିର ସାଂଗଠନିକ ବୈଠକ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ବେଲପଡା ବ୍ଲକ ବିଜେଡି କାର୍ଯ୍ୟାଳୟ ଠାରେ ଘଗୁର୍ଲି ଓ ବାଗଦୋର ପଞ୍ଚାୟତର ସକ୍ରିୟ କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଥିଲା । ଏହି ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଦ୍ୟମ ଲୋଡା ବୋଲି ବିଧାୟକ ଶ୍ରୀ ମେହେର କହିଥିଲେ । ବେଲପଡା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ପରସ୍ପର ମଧ୍ୟରେ ଦଳୀୟ କର୍ମୀ ଉପସ୍ଥିତ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.