ବିଜେଡି ଦଳୀୟ ପତାକାକୁ ରାସ୍ତା କାମରେ ସୂଚନା ସଂକେତ ଭାବେ ବ୍ୟବହାର କଲା ଠିକା ସଂସ୍ଥା : ବିଜେଡି କର୍ମୀ ଅସନ୍ତୋଷ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହରରେ କିଛି ଦିନ ହେବ ଜିଓ କେବୁଲ କାମ ଚାଲିଛି । ଏହି ପରିପ୍ରେକ୍ଷୀରେ କଲେଜ ଛକରୁ ବାଳିକା ହାଇସ୍କୁଲ ମଧ୍ୟରେ ଏକ ଅଭାବନୀୟ ଘଟଣା ଘଟିଥିବା ଥିବା ଦେଖିବାକୁ ମିଲିଛି । ଅନେକ ସ୍ଥାନରେ ରାସ୍ତା ମରାମତି ବା ରାସ୍ତା କଡରେ ଗାତ ଖୋଲା ହେଲେ ବିପଦ ସଙ୍କେତ ପାଇଁ ଏକ ସତର୍କ ସୂଚନା ଲାଲ ପତାକା, ଲାଲ ରିବନ କିମ୍ବା ରେଡିଅମ୍ ଠିକା ସଂସ୍ଥା ତରଫରୁ ଲଗାଇଥିବା ଦେଖିବାକୁ ମିଳିଥାଏ । କିନ୍ତୁ ଏଠି ଲାଲ ରଙ୍ଗର ପତାକା ବା ରିବନ ଲଗାଇବା ବଦଳରେ ଶାସକ ଦଳ ତଥା ବିଜେଡି ଫ୍ଲାଗ ସଂପୃକ୍ତ ଠିକାଦାର ଜଣକ ଲଗାଇ କାମ କରୁଥିବା ଜଣାପଡିଛି । ଏହାକୁ ନେଇ ବିଜେଡି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ପାଟଣାଗଡ ଗସ୍ତ ଥିଲା । ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ସହରର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଫ୍ଲାଗ ଓ ବେନର୍‌ ଲଗାଯାଇଥିଲା । ସେହି ଫ୍ଲାଗ ଓ ବେନରକୁ ଲଗାଯାଇଥିବା ସ୍ଥାନରୁ କାଟି ଆଣି ଜିଓ କେବୁଲ ବିଛାଇବା ସ୍ଥାନରେ ସତର୍କ ସୂଚନା ଭାବରେ ବ୍ୟବହାର କରିବା ସହ ପତାକାକୁ ଅପମାନ କରିବା ଠିକ୍ ନୁହେଁ ବୋଲି ସ୍ଥାନୀୟ ବିଜେଡି ସମର୍ଥକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଫ୍ଲାଗ ଲାଗାବାକୁ ନେଇ ବିଜେଡି ଓ କାମ କରୁଥିବା କର୍ମଚାରୀ ମଧ୍ୟରେ ବଚସା ହୋଇଥିବା ଜଣାପଡିଛି । ଏହି ଘଟଣା ସମ୍ପର୍କରେ ଜିଓ କେବୁଲ ବିଛାଇବା ପାଇଁ ଠିକା ନେଇଥିବା ଠିକାଦାରଙ୍କ ପ୍ରତିକ୍ରିୟା ନେବାକୁ ୨-୩ ଥର ଫୋନ କଲେ ସୁଦ୍ଧା ଠିକାଦାର ଜଣକ ଫୋନ ଉଠାଇ ନଥିଲେ । ବର୍ତ୍ତମାନ ଏହି ଫଟୋ ମୋବାଇଲରୁ ମୋବାଇଲକୁ ଭାଏରାଲ ହେବାରେ ଲାଗିବା ସହ ଏହି ଦଳିତ ଫ୍ଲାଗକୁ ନେଇ ସାଧାରଣରେ ଆଲୋଚନା ହେଉଥିବା ଜଣାପଡିଛି ।

Leave A Reply

Your email address will not be published.