ବିଜେଡି କର୍ମୀ ସମ୍ମିଳନୀରେ ୨୦୦ ନୂତନ ସଦସ୍ୟଙ୍କ ଯୋଗଦାନ

  • ୨ ହଜାରୁ ଅଧିକ କର୍ମୀଙ୍କ ସମାବେଶ ହୋଇଥିଲା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋଡାଲଠାରେ ବିଜେଡ଼ି ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ମନୋଜ ମିଶ୍ର ସଭାପତିତ୍ଵ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇଥିବା ବେଳେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର କୁମାର ପ୍ରସାଦ ଢୋଲକିଆ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ପାଣ୍ଡେ, ଜିଲ୍ଲା ସଭାନେତ୍ରୀ ସରସ୍ଵତୀ ବାଗ, ଖୁଲଣା ବେହେରା, ଶେଫାଳି ସଲମା, ଜାନକି ଘିଭେଲା, ଅବନିରଞ୍ଜନ ଯୋଷୀ, ଗରୁଡଧ୍ଵଜ ବେହେରା, କମଲେଶ ଅଗ୍ରୱାଲ, ପାଞ୍ଚାଲି ମେହେର, ଭୀଷ୍ମ ସୁନାନୀ, ମନ୍ଦାକିନୀ ବଘେଲ, ବିରେନ୍ଦ୍ର ଖମାରୀ, ଦଇତାରୀ ମେହେର, ଶିକୁ ଯୋଷୀ, ନୀଳମଣି ମେହେର, ରମେଶ ତିୱାରୀ, ରୀନା ବୈଠାରୁ, ଦିପ୍ତିମୟୀ ନାଏକ, ଖୁଟୁରାମ ସୁନାନୀ, ପ୍ରିୟରଞ୍ଜନ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ଅଞ୍ଚଳର ଶତାଧିକ ବିଜେପି ଓ କଂଗେସର କର୍ମୀ ବିଜେଡିରେ ନୂତନ ଭାବେ ଯୋଗ ଦେଇଥିଲେ । ଉକ୍ତ କର୍ମୀ ସମ୍ମିଳନୀରେ ୧୫୦ରୁ ଅଧିକ କର୍ମୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏତତ୍‌ ବ୍ୟତିତ ୧୨୭ ଗୋଟି ରାଜସ୍ବ ଗ୍ରାମର ଝାଙ୍କର ଦେବୀ ପୂଜକମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କର୍ମୀ ସମ୍ମିଳନିରେ ଆଗାମୀ ପଞ୍ଚାୟତ ନିର୍ବାଚନ ସକାଶେ ପ୍ରାର୍ଥୀ ମନୋନୀତ ଉପରେ କିପରି ପଦକ୍ଷେପ ନିଆଯିବ ସେ ନିଗରେ ମୁଖ୍ୟ ଅତିଥି ଅବଗତ କରାଇଥିଲେ ।ଏପରି କି ଆଗାମୀ ପଞ୍ଚାୟତ ନିର୍ବାଚନରେ ବହୁଳ ଭାବରେ ବିଜେଡି ଶତପ୍ରତିଶତ ଆସନ ଦଖଲ କରିବା ନେଇ ସଂକଳ୍ପ ନେଇଥିଲେ । ନବୀନ ସରକାରଙ୍କ ଜନହିତକର ଯୋଜନା ଉପରେ ଲୋକମାନଙ୍କୁ ଅବଗତ କରାଇବା ଓ ସୁଦୁର ପ୍ରଚାର ପ୍ରସାର କରିବା ନେଇ କର୍ମୀମାନଙ୍କୁ ଆହ୍ଵାନ କରିଥିଲେ । ପରିଶେଷରେ ମହେନ୍ଦ୍ର ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.