
ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମପଞ୍ଚାୟତର ତାଲପାଲି ଗ୍ରାମରେ ଘରକୁ ଘର ଯାଇ ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ଜୋନ ନଂ.୧୯ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ସବିତା ସେଠ୍ । ଶ୍ରୀମତୀ ସେଠ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ଯୋଜନା ଲୋକଙ୍କୁ ବୁଝାଇ ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ପ୍ରଚାର କରିଥିଲେ । ଏଥିରେ ଶ୍ରୀମତୀ ସେଠ୍ଙ୍କ ସହ ବହୁ ବିଜେଡ଼ି କର୍ମକର୍ତ୍ତା ଉପସ୍ଥିତ ଥିଲେ ।
