ମନ୍ତ୍ରୀ ଆରୁଖଙ୍କ ଆନୁଷ୍ଠାନିକ ଉଦଘାଟନୀରେ ଯୋଗଦାନ ବିଜେଡି ମହଲରେ ଅସନ୍ତୋଷ ଆଣିଛି

  • ଛତ୍ରପୁର ବିଧାୟକ, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ, ପଦସ୍ଥ ବିଭାଗୀୟ ଅଧିକାରୀ ଅନୁପସ୍ଥିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି କେବିନେଟ ମନ୍ତ୍ରୀ ତଥା ଜଙ୍ଗଲ ଓ ପରିବେଶ ବିଭାଗମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗୋଟିଏ ଆନୁଷ୍ଠାନିକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜଣାଯାଇଛି । କୁହାଯାଏ ଯେ, ସୋମବାର ସନ୍ଧ୍ୟାରେ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ବାଇପାସ- ମାଣ୍ଡିଆପଲ୍ଲୀ ଛକ ଠାରେ ଅବସ୍ଥାପିତ ଓଡିଶା ବନ ଉନ୍ନୟନ ନିଗମର ଏକ ସ୍ୱତନ୍ତ୍ର ନବନିର୍ମିତ କୋଠାର ଆନୁଷ୍ଠାନିକ ଉଦଘାଟନ କରିଛନ୍ତି । ଏହା ସରକାରୀ ସ୍ତରରେ ଏକ ଖୁସିର ଖବର ହୋଇଛି କି ନା’ ମାତ୍ର ଶାସକଦଳର ନେତୃବର୍ଗ ଏବଂ ବିଜେଡି ନେତା, କର୍ମୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି, ବୋଲି ଏକ ସର୍ଭେରୁ ଜଣାଯାଇଛି । କୌଣସି ମାତ୍ରାରେ ପ୍ରେସ/ମିଡ଼ିଆ/ ସରକାରୀ ସ୍ତରୀୟ ବିଭାଗୀୟ ଜିଲ୍ଲା ଅଧିକାରୀ କାହାରିକୁ ବି ସୂଚନା ପ୍ରଦତ୍ତ ହୋଇନାହିଁ । ଦଳୀୟ ନେତା/କର୍ମୀ କାହାରିକୁ ସୂଚନା ହୋଇନଥିବା ଯୋଗୁଁ ବିଜେଡି ମହଲରେ ଅସନ୍ତୋଷବ୍ୟକ୍ତ କରିଛନ୍ତି, କେତେକ ନେତା ଓ କର୍ମୀ ।

ଏ ବିଷୟ ନେଇ ଅନ୍ୟ କୋଣ ଅନୁକୋଣରେ ଏକ ପ୍ରକାର ଚର୍ଚ୍ଚାର ବିଷୟ ହୋଇଛି । ଛତ୍ରପୁର ବିଧାୟକ, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତୃବର୍ଗ ପ୍ରମୁଖ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନଥିବା ବିଷୟ ଏକ ଆଲୋଡନ ସୃଷ୍ଟି କରିଛି । ଏହା ଏକ ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଏହି କାର୍ଯ୍ୟରେ ଆରୁଖ ମହୋଦୟ ତରବରିଆ ଭାବେ ଆସି କାର୍ଯ୍ୟ ସମ୍ପାଦନା କରିଯାଇଛନ୍ତି, ବୋଲି ଶାସକ ଦଳରେ ସଫେଇ ଦିଆଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀ କିମ୍ବା କୌଣସି ସରକାରୀ ସ୍ତରରେ ମଧ୍ୟ ସୂଚନା ନଥିବା ସ୍ୱଷ୍ଟ ପ୍ରମାଣିତ ହୁଏ । ତେବେ ଏହାକୁ ନେଇ ବିଜେଡି ମହଲରେ ଏକ ଅଶାନ୍ତି ବହନ କରିଛି । ଆଗକୁ ଅଛି, ତ୍ରୀସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ । ଗ୍ରାମପଞ୍ଚାୟତ, ବ୍ଲକ୍, ଜିଲ୍ଲାସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକରଣ ମାଧ୍ୟମରେ ନେତା ନିର୍ବାଚନ ପାଇଁ ସବୁ ଦଳର ଲୋକେ ଅଣ୍ଟା ଭିଡ଼ିବାରେ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ବିଜେଡି ଦଳରେ ସାମୂହିକ ଏକତା ଭିତ୍ତିରେ ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଈଗୋ ମେଣ୍ଟେନ ଭାବକୁ ଦେଖି ବିଜେଡ଼ିରେ କନ୍ଦଳ ଥିବ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି ।

Leave A Reply

Your email address will not be published.