ଡେଲାଙ୍ଗ ୧୭ ନଂ. ଜିଲ୍ଲା ପରିଷଦ ଜୋନରେ ବିଜେଡି ବିଜୟୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡ଼ିକୁ ଅଭୂତ ପୂର୍ବ ସଫଳତା ମିଳିଥିବା ବେଳେ ବିରୋଧୀ ଧରାଶାୟୀ ହୋଇଥିବା ଜଣାପଡିଛି । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୩ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ବାଜିମାତ କରି ବିଜୟ ଧ୍ୱଜା ଉଡାଇଛନ୍ତି । ୧୭ ନଂ. ଜିଲ୍ଲା ପରିଷଦ ଜୋନରେ ୪ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ୱିତା କରିଥିବା ବେଳେ ଏଠାରୁ ବିଜେଡି ପ୍ରାର୍ଥିନୀ ଦୀପ୍ତିଶ୍ରୀ ରାଉତରାୟ ସମୁଦାୟ ୧୪୨୭୭ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱ ବିଜେପି ପ୍ରାର୍ଥିନୀ ଶାନ୍ତିଲତା ପରିଡ଼ା ୧୦୫୨୨ ଖଣ୍ଡ ଭୋଟ ପାଇ ପରାଜୟ ସ୍ୱୀକାର କରିଛନ୍ତି । ଶ୍ରୀମତୀ ରାଉତରାୟ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱଙ୍କଠାରୁ ୩୭୫୫ ଖଣ୍ଡ ଅଧିକ ଭୋଟ ପାଇ ବାଜିମାତ କରିଛନ୍ତି । ସୂଚନାଯୋଗ୍ୟ ୨୦୧୭ ନିର୍ବାଚନରେ ଏହି ଜୋନରୁ ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ଭାବେ ଦେବାଶିଷ ନନ୍ଦ ନିର୍ବାଚିତ ହୋଇଥିବା ବେଳେ ଏଥର ମଧ୍ୟ ଏହି ଜୋନଟି ବିଜେଡି ଅକ୍ତିଆର କରିଥିବାରୁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.