ବିଜେଡି ଗୁଣ୍ଡାଙ୍କ ଆକ୍ରମଣ ଅଭିଯୋଗ କଲେ ସରୋଜ ବାଗ : ଆହତଙ୍କୁ ନିଆଗଲା ବୁର୍ଲା ମେଡ଼ିକାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିର୍ବାଚନରେ ଉଠିଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କ ସାମ୍ବିଧାନିକ ଅଧିକାର ଅଛି ଯେ, ସେ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ ଭୋଟ ଭିକ୍ଷା ତଥା ପ୍ରଚାର କରିପାରିବେ କିନ୍ତୁ ବିଜେଡିର ଗୁଣ୍ଡାମାନେ ମିଶି ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବୋଲି ସରୋଜ ବାଗ ଅଭିଯୋଗ କରିଛନ୍ତି । ସରୋଜ ବାଗଙ୍କ ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଦହିତା କୁମ୍ଭାରପଡ଼ାଠାରେ ପଂଚାୟତ ନିର୍ବାଚନ ପାଇଁ ବୈଠକ ଚାଲିଥିଲା । ଏଥିରେ ସ୍ଵାଧୀନ ପ୍ରାର୍ଥୀ କ୍ଷୀରୋଦ୍ରୀ ନାୟକ, ସମିତି ସଭ୍ୟ ବସୁଦେବ ପାଣ୍ଡେ ଯୋଗ ଦେଇଥିଲେ । ମିଟିଙ୍ଗକୁ ଭଙ୍ଗ କରିବା ପାଇଁ ବିଜେଡିର କିଛି ଗୁଣ୍ଡା କଳାକାହ୍ନୁ ବାଗ, କଳ୍ପ ବାଗ ଆସି ମିଟିଙ୍ଗ ଭଙ୍ଗ କରିଥିଲେ । ଠିକ୍‌ ସେ ସମୟରେ ସେହି ପଡାର ଯୁବକ ସରୋଜ ବାଗ ମନା କରିବାରୁ ବିଜେଡିର କିଛି ଗୁଣ୍ଡା ତାଙ୍କ ଘରକୁ ଯାଇ ତାଙ୍କ ମା’ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଶ୍ରୀ ବାଗ ଅଭିଯୋଗ କରିଛନ୍ତି । ସେହି ପଡ଼ାର ଉପସ୍ଥିତ କିଛି ଯୁବକମାନେ ଆସି ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଆଣି ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ବୁର୍ଲା ଡାକ୍ତରଖାନାକୁ ପଠାଇଛନ୍ତି ବୋଲି ଶ୍ରୀ ବାଗ କହିଛନ୍ତି ।

jittmm
Leave A Reply

Your email address will not be published.