ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କରୋନା କାଳରେ ନିଜ ଜୀବନକୁ ବିପର୍ଣ୍ଣ କରି କର୍ତ୍ତବ୍ୟ ପରାୟଣ ହୋଇ ଖବର ପ୍ରସାରଣ କରି ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇଥିବା ଗଞ୍ଜାମ ବ୍ଲକର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କରୋନା ଯୋଦ୍ଧା ଭାବେ ସମର୍ଦ୍ଧନା କରିଛି ଗଞ୍ଜାମ ଅଞ୍ଚଳର ଭାରତୀୟ ଜନତା ପାର୍ଟି । ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ତତ୍ୱାବଧାନ ଆୟୋଜିତ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସହର ସ୍ଥିତ ବ୍ଲକ କଲୋନୀ ପରିସରରେ ସ୍ଥାନୀୟ ଭାଜପା ନେତୃ ମଣ୍ଡଳୀ ଯୋଗ ଦେଇ ଗଞ୍ଜାମ ଅଞ୍ଚଳର ସାମ୍ବାଦିକ ମାନଙ୍କ ନିରପେକ୍ଷ ଲେଖନୀକୁ ଉଚ୍ଚ ପ୍ରଶଂସା କରିଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପାର୍ଥୀ ପ୍ରଶାନ୍ତ କୁମାର କର ଉକ୍ତ କାର୍ଯ୍ୟକ୍ରମର ସଭାପତିତ୍ୱ କରିବା ସହ ଗଞ୍ଜାମ ଏନ୍ଏସି ମଣ୍ଡଳ ସଭାପତି ସୁଦାମ ଜେନା, ସନ୍ତୋଷପୁର ମଣ୍ଡଳ ସଭାପତି ସନ୍ତୋଷ ନାହାକ, ରମ୍ଭା ଏନ୍ଏସି ମଣ୍ଡଳ ସଭାପତି ସୀମାଞ୍ଚଳ ବାଡ଼ତ୍ୟା, ହୁମ୍ମା ମଣ୍ଡଳ ପ୍ରଭାରୀ କାନ୍ତାରୀ ଦଳେଇ, ପୂର୍ବତନ କାଉନସିଲର ଡି.କେ ରାଓ ପ୍ରମୁଖ ଭାଜପା ନେତୃ ମଣ୍ଡଳୀଙ୍କ ଉପସ୍ଥିରେ ଉପସ୍ଥିତ ଥିବା ସ୍ଥାନୀୟ ଅଞ୍ଚଳରେ ସାମ୍ବାଦିକ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା, ଲକ୍ଷ୍ମୀ ଚରଣ ପାଢ଼ୀ, ଉମାକାନ୍ତ ବେହେରା, ଶବର କୁମାର ତରାଇ, ବିଦ୍ୟାଧର ସାହୁ, ଆର.ମୁରଲୀ ପ୍ରଧାନ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିବାକୁ ଯାଇ ଏକତା, ନିରପେକ୍ଷତା ଓ କର୍ତ୍ତବ୍ୟ ନିଷ୍ଠା ହୋଇ ସମ୍ବାଦ ପରିବେଷଣ କରିବା ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ ବୋଲି ପ୍ରକାଶ କରିଥିଲେ। । ବିଜୟ ଲକ୍ଷ୍ମୀ ମହାକୁଡ଼, କେ.ରଜନୀକାନ୍ତ ରେଡି, ନୀଳାଞ୍ଚଳ ସେନାପତି, ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ, ସହଦେବ ଗୌଡ଼, ବନବାସୀ ସେଠି, ମନୋଜ ପ୍ରଧାନ ପ୍ରମୁଖଙ୍କ ସମେତ ଅନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ ।
Prev Post