om academy

ପୂର୍ବତନ ବିଧାୟକଙ୍କ ମାତୃ ବିୟୋଗ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସତ୍ୟଭୂଷଣ ସାହୁଙ୍କ ମା’ ସୁଶୀଲା ଦେବୀ ସାହୁ(୯୦)ଙ୍କ ବୁଧବାର ବିଲମ୍ବିତ ରାତ୍ରୀ ୧୦ଟା ୩୦ ମିନିଟ ସମୟରେ ମାଣ୍ଡୋସିଲ ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ସୁଶୀଲା ଦେବୀ ଜଣେ ଧର୍ମ ପରାୟଣା ତଥା ପରୋପକାରୀ ମହିଳା ଥିଲେ । ତାଙ୍କ ପଛରେ ଛଅ ପୁଅ ବସନ୍ତ, ସତ୍ୟଭୂଷଣ, ଇନ୍ଦ୍ରମଣି, ହରିହର, ନାରାୟଣ ଓ ଧନପତି ତିନି ଝିଅ ଶନ୍ତିଲତା, କାନ୍ତିଲତା, କୁମୁଦିନି ଓ ଜ୍ୱାଇ ନାତି ନାତୁଣିଙ୍କୁ ଛାଡି ଯାଇଛନ୍ତି । ସ୍ୱର୍ଗତ ସୁଶୀଲା ଦେବୀଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଲିଯାଇଛି । ତାଙ୍କ ବାସ ଭବନକୁ ଯାଇ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି । ଗାଁ ଶ୍ମଶାନରେ ଶେଷକୃତ ସମ୍ପନ୍ନ ହୋଇଥିବା ବେଳେ ପଞ୍ଚମ ପୁଅ ନାରାୟଣ ସାହୁ ମୁଖାଗ୍ନି ଦେଇଥିଲେ । ପଦ୍ମପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ଟଙ୍କଧର ସାହୁଙ୍କ ସ୍ୱର୍ଗତ ସୁଶୀଲା ଦେବୀଙ୍କ ଆଈ ଅଟନ୍ତି ।

Leave A Reply

Your email address will not be published.