ବିରୁଳିଗଡ଼ ରାଜମାତାଙ୍କ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ବିରୁଳିଗଡ଼ର ରାଜମାତା ଶ୍ରୀମତୀ ପ୍ରେମ ମଞ୍ଜରୀ ସିଂହଦେଓ (୮୯)ଙ୍କ ବିରୁଳି ରାଜବାଟିରେ ଶନିବାର ଦିନ ଭୋରୁ ଦେହନ୍ତ ଘଟିଛି । ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ପରୋଉପକାରୀ, ଧର୍ମ ପରାୟଣ ମହିଳା ଥିଲେ । ବିରୁଳି ରାଜ ସ୍ମଶାନରେ ତାଙ୍କର ଶବ ସତ୍କାର ହୋଇଥିଲା । ତାଙ୍କର ମୃତ୍ୟୁ ସମୟରେ ତାଙ୍କର ସମସ୍ତ ପୁତ୍ର ସାନ ରାମଚନ୍ଦ୍ରପୁର ପୂର୍ବତନ ସମିତିସଭ୍ୟ ବିଷ୍ଣୁ ସିଂହଦେଓ ସମେତ ଅନ୍ୟ ତିନିପୁତ୍ର , ଆତ୍ମିୟ ସ୍ୱଜ୍ଜନ, ପ୍ରିୟ ପରିଜନ ଉପସ୍ଥିତ ରହିଥିଲେ । ଗଞ୍ଜାମ ବ୍ଲକ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ କୃତ୍ୟ ଦର୍ଶନ କରିବା ସହ ଶୋକବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.