jayashree

ସ୍ୱର୍ଗତ ପଦ୍ମନାଭ ଦୁବେଙ୍କ ପତ୍ନୀ ବିୟୋଗ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପାଇକପଡ଼ାର ଶିକ୍ଷକ ମିହିର କୁମାର ଦୁବେଙ୍କ ମାଆ ଗିରିଜା ଦୁବେ(୭୧)ଙ୍କର ଗତକାଲି ସକାଳ ପ୍ରାୟ ବାର ଘଂଟା ସମୟରେ ପରଲୋକ ହେଇଯାଇଛି । ସେ ସ୍ୱର୍ଗତ କବି ତଥା ସଂସ୍କୃତିବିତ ପଦ୍ମନାଭ ଦୁବେଙ୍କ ପତ୍ନୀ ତଥା ଓଡ଼ିଶାର ଆଗଧାଡ଼ିର ଦୁଇ ପର୍ବତାରୋହୀ ଭଗ୍ନୀ ଲିପ୍ସାମୟୀ ଦୁବେ ଏବଂ ଈପ୍ସାମୟୀ ଦୁବେଙ୍କ ଜେଜେ ମା’ । କେବଳ ସେତିକିନୁହେଁ କଳାହାଣ୍ଡିର ଜଣେ ସୁପରିଚିତ କଣ୍ଠଶିଳ୍ପୀ,ଚିତ୍ରଶିଳ୍ପୀ ସନ୍ତୋଷ କୁମାର ଦୁବେଙ୍କ ମା’ । ଆଜି ମୃତ୍ୟୁ ପରେ ତାଙ୍କୁ କୋଭିଡ଼ କଟକଣା ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଥିବାବେଳେ ବଡ଼ ପୁତ୍ର ମିହିର ମୁଖାଗ୍ନୀ ଦେଇଥିଲେ । ସ୍ୱର୍ଗର୍ତ ଗିରିଜା ଦୁବେ ଜଣେ ମେଳାପୀ, ଧର୍ମପରାୟଣା ମହିଳା ଥିଲେ । ତାଙ୍କରି ବିୟୋଗରେ ଯୁଗଯାତ୍ରୀ ସାହିତ୍ୟ ସଂସଦର ସଭାପତି ପଦ୍ମଲୋଚନ ମିଶ୍ର,ସଂପାଦକ ହେମନ୍ତ ସାହୁଙ୍କ ସମେତ ବହୁବ୍ୟକ୍ତି ବିଶେଷ ଶୋକ୍ତ ବ୍ୟକ୍ତ କରିବା ସହିତ ପରିବାର ବର୍ଗଙ୍କୁ ଭଗବାନ ଶକ୍ତି ଓ ଧୈର୍ୟ୍ୟ ଦିଅନ୍ତୁ ବୋଲି କହିଛନ୍ତି ।

Leave A Reply

Your email address will not be published.