oom

ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରାଙ୍କ ମାତୃ ବିୟୋଗ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରାଙ୍କ ମା’ କୃତାର୍ଥୀ ବେହେରାଙ୍କ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ବର୍ଷ ହୋଇଥିଲା । ଆଜି ଦିନ ୧ଟାରେ ସେ ପ୍ରାଣତ୍ୟାଗ କଲେ । ପୂର୍ବରୁ ତାଙ୍କର ବଡ଼ପୁଅ ସର୍ବେଶ୍ଵର ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇ ପୁଅ ସତ୍ୟାନନ୍ଦ ଓ ସୁରଥ ତଥା କନ୍ୟା ସରସ୍ଵତୀ, ପୁତ୍ରବଧୂ, ଜାମାତା, ନାତିନାତୁଣୀଙ୍କୁ ଛାଡି ସେ ଯାଇଛନ୍ତି । ସାନପୁଅ ସୁରଥ ମୁଖାଗ୍ନୀ ଦେଇଥିବା ବେଳେ ତାଙ୍କର ଶେଷକୃତ୍ୟ ବେଦବ୍ୟାସ ଘାଟରେ କରାଯାଇଛି । ସେ ଜଣେ ଧର୍ମ ପରାୟଣା ମହିଳା ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି । ଖବର ପାଇବା ପରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ସଚେତନ ନାଗରିକ ମଞ୍ଚର ସଭାପତି ବିମଳ ବିଶି, ସମ୍ପାଦକ ପି ପି ରାୟ, ଅମୂଲ୍ୟ ବରାଳ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ବିରଞ୍ଚି ନାରାୟଣ ପଟ୍ଟନାୟକ, ଜଗନ୍ନାଥ ରାଉତ, ଶୈଳେନ୍ଦ୍ର ମହାନ୍ତି, କୁଞ୍ଜବିହାରୀ ରାଉତ, ବସନ୍ତ ଦାସ, ସୁବ୍ରତ ଚୌଧୁରୀ, ସୁଜ୍ଞାନୀ ରାୟ, ରଶ୍ମତ ସାହାଣୀ, ସରୋଜ ବେହେରା, ଲକ୍ଷ୍ମଣ ଦାସ, କରୁଣାକର ପାଟ୍ଟଶାଣୀ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ସ୍ଵର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

jittmm
Leave A Reply

Your email address will not be published.