ବିସିସିଆଇ ସଦସ୍ୟ ହରିନାରାୟଣ ପୂଜାରୀଙ୍କ ପିତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିସିସିଆଇ ସଦସ୍ୟ, ବଲାଙ୍ଗିର ସାମ୍ବାଦିକ ସଂଘ ସଭାପତି ତଥା ଜିଲ୍ଲା କ୍ରୀଡ଼ା ସଂସଦର ସଂପାଦକ ହରିନାରାୟଣ ପୂଜାରୀଙ୍କ ପିତା ମୋହନ ପୂଜାରୀ (୮୪)ଙ୍କ ଆଜି ପୂର୍ବାହ୍ନ ୧୧ଟା ସମୟରେ ସ୍ଥାନୀୟ ଭୀମ ଭୋଇ ମେଡିକାଲ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ବୃଦ୍ଧାବସ୍ଥା ଜନିତ ରୋଗରେ ସେ ପୀଡ଼ିତ ଥିଲେ । ରାଜ୍ୟ ପୋଲିସ ବିଭାଗରେ ଡ୍ରିଲ୍ ଇନ୍ସପେକ୍ଟର ଭାବେ ଚାକିରି ସମାପ୍ତ କରି ସେ ଅବସର ଗ୍ରହଣ କରିଥିଲେ । ଜଣେ ପରୋପକାରୀ, ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ବଲାଙ୍ଗିର ସହରରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.