ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତର ପୂର୍ବତନ ସରପଞ୍ଚ ଓ ସମାଜସେବୀ ଦିଲୀପ ଛୋଟରାୟଙ୍କ ବାପା ଅବସର ପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ଭୀମସେନ ଛୋଟରାୟଙ୍କ ୯୪ ବର୍ଷରେ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରରେ ବିୟୋଗ ଘଟିଛି । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ବନ୍ଧୁ ପରିଜନ ଶେଷ ଦର୍ଶନ କରିଥିଲେ । ତାଙ୍କ ଚାରି ପୁଅ, ଗୋଟିଏ ଝିଅ ଉପସ୍ଥିତ ରହିଥିଲେ । ସାନ ପୁଅ ସନ୍ଧିପ ଛୋଟରାୟ ମୁଖାଗ୍ନି ଦେଇଥିଲେ । ଖବର ପାଇଁ ବରିଷ୍ଠ ସିପିଏମ୍ ନେତା ଶ୍ରୀ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସୁଦର୍ଶନ ଛୋଟରାୟ, ପୂର୍ବତନ ସରପଞ୍ଚ ରାମ ଚନ୍ଦ୍ର ନାୟକ, ସରପଞ୍ଚ ବୈରାଗୀ ବେହେରା, ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ଅଜୟ ଗୌଡ଼ଙ୍କ ବଟେଶ୍ୱର ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ତଥା ବ୍ୟକ୍ତିମାନେ ତାଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
Prev Post