ls

ଲୋକ କଳାକାର ରମେଶ ସୁନାଙ୍କ ଅକାଳ ବିୟୋଗ

sb

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ପଞ୍ଚାୟତର ସାଲେପାଲି ଗ୍ରାମର ରମେଶ ସୁନା(୪୭)ଙ୍କ ଗତକାଲି ହୃଦଘାତରେ ପରଲୋକ ହୋଇଯାଇଛି । ରମେଶ ଥିଲେ ଜଣେ ଲୋକ କଳାକାର ସେ ସୁନ୍ଦର ଗିତ ଗାଇ ଲୋକଙ୍କ ମନ କିଣୁଥିଲେ । ଯଦିଓ ସେ ନାମୀଦାମୀ କଳାକାରର ଧାଡିରେ ନଥିଲେ କିନ୍ତୁ ଗ୍ରାମାଞ୍ଚଳରେ କୌଣସି ପର୍ବପର୍ବାଣୀ ହେଲେ ସୁମଧୁର ଗୀତ ଗାଇ ବେଶ ସୁନାମ ଅର୍ଜନ କରିଥିଲେ । ସେ ଗରିବ ପରିବାରର ହୋଇଥିଲେ ମଧ୍ୟ ତାଙ୍କ ମନରେ ଏମିତି ଉତ୍ସାହ ଥିଲା ଯେ, ତାଙ୍କୁ ଗରିବି ଛୁଇଁ ପାରିନଥିଲା । ତାଙ୍କ କଥା ଏବଂ ଆଚାର ବ୍ୟବହାର ବହୁତ ଲୋକଙ୍କୁ ଖୁସି କରୁଥିଲା । ସେ ତାଙ୍କ ବୟସରୁ କମ୍‌ ହୋଇଥିବା ଭାଇଙ୍କ ସହ ଭେଟ ହେଲେ ଆଉ ଦାଦା କାହିଁ ଯାଉଛ ବୋଲି କଥା ହେଉଥିଲେ । ଏପରି ଛୋଟବଡ ସମସ୍ତଙ୍କୁ ଆସ ଯ ବୋଲି ସମ୍ବୋଧନ କରୁଥିଲେ । ଏମିତି ଜଣେ ଭଦ୍ର ଏବଂ ନମ୍ର ବ୍ୟକ୍ତିଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି ।

pc pk
Leave A Reply

Your email address will not be published.