ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଶାନ୍ତି ନଗର ପଡ଼ା ନିବାସୀ ଜ୍ୟୋତିଷ ମହାନନ୍ଦଙ୍କ ଧର୍ମପତ୍ନୀ ସୁଶିଳା ମହାନନ୍ଦ ( ୫୫)ଙ୍କ ଅକାଳ ବିୟୋଗ ଘଟିଛି । ସେ ଅସୁସ୍ଥତା ଅନୁଭବ କରିବା ସହ ହଠାତ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲ । ତାଙ୍କର ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଶ୍ରୀମତୀ ମହାନନ୍ଦ ଜଣେ ଶାନ୍ତ, ସରଳ, ମିଷ୍ଠଭାଷୀ, ଧର୍ମପରାୟଣ ମହିଳା ଥିଲେ । ତାଙ୍କ ପଛରେ ସ୍ୱାମୀ, ପୁଅ ସୁଶାନ୍ତ ମହାନନ୍ଦ, ପ୍ରଶାନ୍ତ ମହାନନ୍ଦ, ବୋହୂ ଦୀକ୍ଷା ମହାନନ୍ଦଙ୍କ ସମେତ ପରିବାର ବର୍ଗ, ବନ୍ଧୁବାନ୍ଧବକୁ ଛାଡି ଚାଲିଯାଇଛନ୍ତି । ତାଙ୍କର ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ଖବର ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ଼ ପୁଅ ସୁଶାନ୍ତ ମହାନନ୍ଦ ମୁଖାଗ୍ନି ଦେଇଥିଲେ ।