ବ୍ୟବସାୟୀ ମଖନ୍ ସିଂହଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଛକରେ ଅବସ୍ଥିତ ସର୍ବପୁରାତନ କେସଟ୍ ରେକର୍ଡିଂ ଓ ଡାଉନ୍‌ଲୋଡ଼ିଂ ସେଣ୍ଟର୍ ମନମିତ୍ ଇଲେକ୍ଟ୍ରୋନିକ୍ସର ମାଲିକ ମଖନ୍ ସିଂହଙ୍କର (୫୮) ଗତ ୨୬ ତାରିଖ ରାତି ୨ଟା ସମୟରେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ ଘଟିଛି । ସେ ଜଣେ ଭଦ୍ର ଓ ଆମାୟିକ ବ୍ୟକ୍ତି ଭାବରେ ପରିଚିତ ଥିଲେ । ତାଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ଫ୍ରେଣ୍ଡସ୍ କ୍ଲବର ସେ ସଭାପତି ଥିବା ସହ ଅନେକ ଗୁଡ଼ିଏ ସାମାଜିକ କାର୍ଯ୍ୟରେ ଜଡିତ ଥିଲେ ଏବଂ ଜୟଗୁରୁ ସଂସ୍ଥାର ସକ୍ରିୟ ସଦସ୍ୟ ଥିଲେ । ଗତ କାଲି ସନ୍ଧ୍ୟାରେ ତାଙ୍କର ମର ଶରୀର ରାୟପୁରରୁ ପହଞ୍ଚିବା ପରେ ଶତାଧିକ ଲୋକଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର ନିକଟସ୍ଥ ରାଜବାଟୀ ଶ୍ମଶାନଘାଟରେ କରାଯାଇଥିଲା । ତାଙ୍କର ବଡ଼ ପୁଅ ମନମିତ୍ ସିଂହ ମୁଖାଗ୍ନି ଦେଇଥିଲେ । ସେ ତାଙ୍କ ପଛରେ ତାଙ୍କ ସ୍ତ୍ରୀ ରଞ୍ଜିତା କୌର୍ ଏବଂ ଦୁଇ ପୁଅ ମନମିତ୍ ଓ ଗୁରୁପ୍ରିତ୍‌ଙ୍କୁ ଛାଡି ଯାଇଛନ୍ତି । ତାଙ୍କର ଅକାଳ ବିୟୋଗରେ ପଦ୍ମପୁରରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.