ସାମ୍ବାଦିକ ଜଗବନ୍ଧୁ ସାହୁଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘେଁସ ଅଞ୍ଚଳର ଜଣାଶୁଣା ସାମ୍ବାଦିକ ଜଗବନ୍ଧୁ ସାହୁଙ୍କ ମାତା ଶାନ୍ତି ସାହୁ(୬୫)ଙ୍କ ଅକାଳ ବିୟୋଗ ହୋଇଯାଇଛି । ସେ ଦୀର୍ଘ ଦିନରୁ କିଡ୍‌ନୀ ଓ ଫୁସ୍‌ଫୁସ୍‌ ରୋଗରେ ପୀଡିତ ଥିଲେ । ଆଜି ସକାଳ ୯ଟା ୩୦ ମିନିଟ୍‌ ଶନିବାର ଦିନ ତାଙ୍କ ବିୟୋଗ ହେଲା ପରେ ସାରା ଅଞ୍ଚଳ ନିସ୍ତବ୍ଧ ହୋଇ ପଡ଼ିଥିଲା । ସେ ଜଣେ ଧର୍ମପରାୟଣ, ପରୋପକାରୀ, ଅମାୟିକ ଶାନ୍ତଶିଷ୍ଟ ପ୍ରକୃତିର ମହିଳା ଥିଲେ । ତାଙ୍କ ପଛରେ ବଡ଼ପୁଅ ପଦ୍ମନ, ଦୀନବନ୍ଧୁ ଓ ସାନପୁଅ ଜଗବନ୍ଧୁ ସାହୁଙ୍କୁ ସବୁ ଦିନ ପାଇଁ ଛାଡି ଚାଲି ଯାଇଛନ୍ତି । ଶେଷରେ ଶବ ସତ୍କାର ବେଳେ ବଡ଼ପୁଅ ପଦ୍ମନ ସାହୁ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.