ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇଙ୍କ ପିତା ଯାଦବ ଭୋଇଙ୍କ (୮୭) ଗୁରୁବାର ଦିନ ପରଲୋକ ହୋଇଯାଇଛି । ଖବର ପାଇ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ, ଗୁରୁମା ଓ ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ଜଣେ ମେଳାପୀ, ସ୍ନେହୀ, ପରୋପକାରୀ ବ୍ୟକ୍ତି ଥିଲେ ତାଙ୍କର ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମର ଶରୀରକୁ ନିଜ ଗାଁ ପାଇକମାଲ ବ୍ଲକ ଟେମରୀରେ ଶବଦାହ କରାଯାଇଥିଲା । ତାଙ୍କ ପୁଅ ମଥା ମଣୀ, ମୀନକେତନ ଓ ଚୈତନ୍ୟ ଭୋଇ ମୁଖାଗ୍ନି ଦେଇଥିଲେ । ତାଙ୍କ ପଛରେ ତାଙ୍କ ସ୍ତ୍ରୀ, ପୁଅ ବୋହୂ, ଝିଅ, ଜ୍ୱାଇଁ, ନାତି, ନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି । ତାଙ୍କ ଶବାଧାରରେ ବନ୍ଧୁ ବାନ୍ଧବ, ପାଖ ପଡୋଶୀ, ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ, ସେବକ, ବାହାନ ଚାଳକ ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.