ବିଶ୍ୱ ଶାନ୍ତି ମହିମା ବାଲ୍ୟଲୀଳା ଯଜ୍ଞ ଅନୁଷ୍ଠିତ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ମହିମା ଆଶ୍ରମରେ ବୈଶାଖ ପୂର୍ଣ୍ଣିମା ଅବସରରେ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବରେ ବିଶ୍ୱ କଲ୍ୟାଣ ତଥା କରୋନା ମହାମାରୀରୁ ଜଗତକୁ ରକ୍ଷା କରିବା ନିମନ୍ତେ ଏକ ବିଶ୍ୱ ଶାନ୍ତି ମହିମା ବାଲ୍ୟଲୀଳା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ବିଂଶତମ ଯଜ୍ଞ କାହ୍ନା ବାବା ଏବଂ ତରୁ ବାବାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ବିଶ୍ୱ ଶାନ୍ତି ମହିମା ଯଜ୍ଞରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ମହିମା ଗବେଷକ ଡ ଟେକଚାନ୍ଦ ଦୁଆନ, ଗଣତନ୍ତ୍ର ପଧାନ, ନିମାଇଁଚରଣ ଭୋଇ, ତୀର୍ଥବାସୀ ନାଏକ, ବିବେକା ନାଏକ, ଯୋଗୀ ସାହୁ, ରାଜୁ ବିଶ୍ୱାଳ, କେଦାରନାଥ ସାହୁ, ରୋହିତ ମେହେରଙ୍କ ସହ ମହିମା ଆଶ୍ରମର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.