ପଶ୍ଚିମାଶମ୍ଭୁ ସୋମନାଥ ଦେବ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପ୍ରସିଦ୍ଧ ଶୈବପୀଠ ହରିରାଜପୁର ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ବିଜେସ୍ଥଳୀରେ ବିଶ୍ଵଶାନ୍ତି ମହାଜଜ୍ଞ କୁମ୍ଭ ୧ମ ଦିନ ବୁଧବାର ଠାରୁ ୭ଦିନ ଧରି ଅନୁଷ୍ଠିତ ହୋଇ ମଙ୍ଗଳବାର ଅପରାହ୍ନ ୫ଘଟିକା ଗୋଧୂଳି ଲଗ୍ନରେ ପୂର୍ଣ୍ଣାହୁତି ସମ୍ପର୍ଣ୍ଣ ହୋଇଛି । ଜଗତର କଲ୍ୟାଣ ଓ ବିଶ୍ୱ ଶାନ୍ତି ପ୍ରତିଷ୍ଠା ନିମନ୍ତେ ବ୍ରତୀଧାରୀ ମାନଙ୍କ ଦ୍ଵାରା କଳସ ଶୋଭାଯାତ୍ରା, ଜଳଯାତ୍ରା, ଶାଳପୂଜା, ସର୍ବ ଦେବାଦେବୀ ଦେବତା ଆବାହନ, ଅଗ୍ନିସ୍ଥାପନ, ଗୋପୂଜା, ସୂର୍ଯ୍ୟପୂଜା, ଗୀତା ଆହୁତି, ମହାରୁଦ୍ରାଭିଷେକ, ମଙ୍ଗଳଆରତୀ ଠାକୁରଙ୍କ ନୀତିକାନ୍ତି ପୂଜାର୍ଚ୍ଚନା, ପୁରୋହିତ, ପୂଜକ, ପଣ୍ଡିତ ମାନଙ୍କ ମନ୍ତ୍ରଧ୍ୱନିରେ ସମଗ୍ର ଅଞ୍ଚଳରେ ଆଧ୍ୟତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା । ପ୍ରଭୁକୃପା ଲାଭ ପାଇଁ ପ୍ରତେହ୍ୟ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ମଙ୍ଗଳବାର ଅପରାହ୍ନ ୫ଘଟିକାରେ ଯଂଜ୍ଞ ପୂର୍ଣ୍ଣାହୁତି ସମ୍ପର୍ଣ୍ଣ ହୋଇଛି । ଓଁ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ ଯଜ୍ଞ କମିଟି ଏବଂ ହରିରାଜପୁର ଗ୍ରାମବାସୀ ବୃନ୍ଦ ତରଫରୁ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଏଥିସହିତ ଭାରତ ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଜମାଣ ଉତ୍ସବ ଆସନ୍ତା ମାର୍ଚ୍ଚ ମାସ ୧୯ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.