ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଲୋଇସିଂହା କଲେଜର ମିଳିତ ଆନୁକୁଲ୍ୟରେ ଏକ ଆଲୋଚନା ଚକ୍ର ଆତ୍ମବୋଧରୁ ବିଶ୍ୱବୋଧ ଶିର୍ଷକ କଲେଜର ବରିଷ୍ଠ ପ୍ରଫେସ ଅନୁପ କୁମାର ଖମାରୀଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା । ଏହି ଆଲୋଚନା ଚକ୍ରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସଭାପତି ଡ. ଭବାନୀ ଶଙ୍କର ପଟେଲ ସଭାପତିତ୍ୱ କରିଥିଲେ । ଅତିଥି ଭାବରେ ଆଚାର୍ଯ୍ୟ କ୍ଷମାନିଧି ସାହୁ ପୂର୍ବତନ ଅଧ୍ୟାପକ ସଂସ୍କୃତ ବିଭାଗ ମିରଟ ବିଶ୍ୱ ବିଦ୍ୟାଳୟ, ମୁଖ୍ୟବକ୍ତା ଭାବରେ ପ୍ରଦୀପ କୁମାର ମିଶ୍ର ଗାଳ୍ପିକ ବଲାଙ୍ଗିର, ସଚିବ ରାମଚନ୍ଦ୍ର ପଟେଲ, ଡ. ହିମାଂଶୁ ମହାକୁର ଅଧ୍ୟାପକ, ଡ. ଜଳଧର ମାଝି ଅଧ୍ୟାପକ, ଅଧ୍ୟାପକ ଜଗମୋହନ ଦର୍ଜି ମଂଚାସିନ ଥିଲେ । ଅଧ୍ୟାପକ ଜଗମୋହନ ଦର୍ଜି ଅତି ବ୍ୟବସ୍ଥିତ ଢଙ୍ଗରେ ଓ ସୁନ୍ଦର ଭାବରେ ସଭା ପରିଚାଳନା କରିଥିଲେ । ଏହି କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ସଭାକୁ ସହଯୋଗ କରିଥିଲେ । ଏହି ଆଲୋଚନା ଚକ୍ରରେ ଓଡିଆ ଭାଷା ବିଭାଗ ସହ ଅନେକ ଛାତ୍ରଛାତ୍ରୀଙ୍କ ଉପସ୍ଥିତ ସଭାକୁ ଶୃଙ୍ଖଳିତ କରିପାରିଥିଲା । ଏହି ଆଲୋଚନାରେ ଶ୍ରୀ ମିଶ୍ର ଓ ଶ୍ରୀ ସାହୁ ଆତ୍ମବୋଧ କଣ ଓ ବିଶ୍ୱବୋଧ କଣ ତାହା ସୁନ୍ଦର ଭାବରେ ବକ୍ତବ୍ୟ ରଖିଥିଲେ । ସଭାପତି ଅଭିଭାଷଣରେ କହିଥିଲେ ଯେ ଆମେ ସମସ୍ତେ ଇଶ୍ୱରଙ୍କ ସନ୍ତାନ ଏଣୁ ଆମେ ସମସ୍ତେ ଭାଇ ଭାଇ ତେଣୁ ଆମ ଭିତରେ ଶତୃତା ନ ରହିବା ଭଲ । ଏହି ଅବସରରେ କବି ବଳିଷ୍ଠ ପ୍ରଧାନଙ୍କ କବିତା ସଂକଳନ ଅନ୍ତର୍ଦାହ ଉନ୍ମୋଚନ କରାଯାଇଥିଲା । ରାମ କୃଷ୍ଣ ଶତପଥି ଏକ ସୁନ୍ଦର ଜଣାଣ ପରିବେଷଣ କରିଥିଲେ । ସଭାକୁ ଧନ୍ୟବାଦ ଦେଇଥିଲେ ଡ. ଜଳନ୍ଧର ମାଝି । ସଭାସାଙ୍ଗ ଘୋଷଣା ପରେ ସଂଯୁକ୍ତା ପରିଚ୍ଛା ଓ ଅଧ୍ୟାପକ ଜଗମୋହନ ଦର୍ଜିଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ହୋଇଥିଲା । କବିତାର ଶୀର୍ଷକ ଥିଲା ଶୀତରେ ଗୀତ । ପ୍ରାୟ ୧୫ ଜଣରୁ ଅଧିକ କବି ଅଂଶଗ୍ରହଣ କରିଥିଲେ । ସଭାରେ ୮୦ ଜଣ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।
Next Post