ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) :ସୁବର୍ଣ୍ଣପୁର ଜିଲ୍ଲା ଡୁ୍ଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ଶ୍ରୀମୟୀ ସେଠୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । କନ୍ଦାଗାଡ ଉଚ୍ଚ ବିଦ୍ୟାଳୟର ପୂର୍ବତନ ସହକାରୀ ଶିକ୍ଷକ ସମ୍ପଦ ଖମାରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ମଞ୍ଚାସିନ ହୋଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଭା ସାହୁ, ପ୍ରୀତି ପ୍ରଧାନ, ଆକାଶ ସାହୁ ବକ୍ତବ୍ୟ ରଖିଥିଲେ । ପରିବେଶ ସୁସ୍ଥ, ସୁନ୍ଦର, ସ୍ୱଚ୍ଛ ରଖିବା ତଥା ହାତ ଧୋଇବାର ସୋପାନ ଗୁଡ଼ିକ ଜୁନିଅର୍ ରେଡକ୍ରସର ଛାତ୍ରୀ ଦିପ୍ତିଶିଖା, ପାୟଲ, ସୀତା ଓ ଆୟୁଷୀ ପ୍ରଦର୍ଶନ କରିଥିଲେ । ଶେଷରେ ଶିକ୍ଷକ ଚିନ୍ମୟ ଦାସ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ସଞ୍ଜୀବ ପୂଜାରୀ, କିରନ କୁମାର ପଟେଲ, ଲିପି ପ୍ରଧାନ, ବିଭୀଷଣ ଖମାରୀ, ସୁନିଲ ପ୍ରଧାନ, ସୂରଜ ଖମାରୀ ଓ ସମୀର କଥାର ସହଯୋଗ କରିଥିଲେ ।