oom

ବିଶ୍ୱ ପୋଲିଓ ଦିବସ ଅବସରରେ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସଚେତନତା ଶୋଭାଯାତ୍ରା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : “ବିଶ୍ୱ ପୋଲିଓ ଦିବସ” ୨୪ ଅକ୍ଟୋବର ଉପଲକ୍ଷେ ରୋଟାରୀ ଆନ୍ତର୍ଜାତିକ ସଂଗଠନ ପକ୍ଷରୁ ସାରା ବିଶ୍ୱରେ ପୋଲିଓ ଭୟାବହତା ସଂପର୍କରେ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଦେଶକୁ ପୋଲିଓ ମୁକ୍ତ କରିବା ନିମିତ୍ତ ଏହି ରାଲିରେ ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଉପଲକ୍ଷେ ଛତ୍ରପୁର ରୋଟାରୀ କ୍ଳବ ପକ୍ଷରୁ ଏକ ସଚେତନତା-ଧର୍ମୀ ଶୋଭାଯାତ୍ରା ରବିବାର ଅପରାହ୍ନରେ ଛତ୍ରପୁର ପବ୍ଳିକ ସ୍କୁଲ ନିକଟରୁ ବାହାରି ସମଗ୍ର ସହର ପରିକ୍ରମା ହୋଇଥିଲା । ରୋଟାରୀ କ୍ଲବ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଛତ୍ରପୁର ସ୍ଥିତ କେଏମ୍‌ପି ସ୍ପୋର୍ଟସ ଏକାଡ଼େମୀର ଛାତ୍ରଛାତ୍ରୀ, ପ୍ରତିଭା ଆବାସିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମେତ ରୋଟାରୀ କ୍ଲବର ସମସ୍ତ ସଦସ୍ୟ ତଥା ରୋଟାରୀୟାନ ଏମ୍.ଧନଞ୍ଜୟ ରେଡ୍ଡୀ, ପ୍ରଫୁଲ ପଟ୍ଟନାୟକ, ଅଧ୍ୟାପକ ବିମଳ ପ୍ରସାଦ ସାହୁ, କୋଚ୍ ମନୋଜ ପ୍ରଧାନ, ସୁରଜିତ ସାମନ୍ତରାୟ, ରୋଟାରୀ ସଂଗଠନର ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ଏହି ଅଭିଯାନରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.