oom

ଗାନ୍ଧୀ ସ୍ମୃତି କମିଟି ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ୯ଟା ସମୟରେ ରାମଜୀ ହାଇସ୍କୁଲ କୁରୁଲ, ବଲାଙ୍ଗିର ଠାରେ ଗାନ୍ଧୀ ସ୍ମୃତି କମିଟି ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ବିଶ୍ୱ ପରିବେଶ ଦିବସ । ବର୍ତ୍ତମାନ ବିଶ୍ୱରେ କରୋନା ମହାମାରୀ ଦ୍ୱିତୀୟ ଲହର ଚାଲିଥିବା ବେଳେ ଅମ୍ଲଜାନ ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ କରୋନା ମହାମାରୀର ପ୍ରକୋପକୁ ଆଖି ଆଗରେ ରଖି କମିଟି ତରଫରୁ ଅଳ୍ପ ସଂଖ୍ୟକ ସଦସ୍ୟରେ କରୋନା ମହାମାରୀର ନିୟମକୁ ମାନି ବୃକ୍ଷ ରୋପଣ କରାଯାଇ ସଦସ୍ୟମାନଙ୍କ ମଧ୍ୟରେ ବୃକ୍ଷର ମହତ୍ୱ ଗୋଟିଏ ବୃକ୍ଷ ଆମକୁ ଶହ ଶହ ଉପକାର ଦେଇଥାଏ । ଏହି ଉଦ୍ଦେଶ୍ୟରେ ସମାଜକୁ ସଂଦେଶ ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଗଛକୁ ପୂଜା କରି ବୃକ୍ଷ ରୋପଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ଦିଗାମ୍ବର ନାଏକ, ବଲାଙ୍ଗିର ୟୁଥ ଏକ୍ସନ କମିଟିର ସଭାପତି ବିନୋଦ କାଲସାଏ, ବରିଷ୍ଠ ସାମ୍ବାଦିକ ସୁଧିର ମିଶ୍ର, ଜୁନିୟର ରେଡକ୍ରସ ସୋସାଇଟିର ରାମ ନାରାୟଣ ଦାଶ, ଯୁବ କବି ଅର୍ଜୁନ ସାହୁ, କିଶୋର ବରିହା, ପ୍ରଶାନ୍ତ ମହାକୁର, ସରକାରୀ କୃଷି ନିର୍ଦ୍ଦେଶକ କଣ୍ଟାମାଲ କ୍ଲବର ବୌଦ୍ଧ ଜଗବନ୍ଧୁ ପଟେଲ, ପୂର୍ବତନ ଉପ-ଅଧ୍ୟକ୍ଷ ସଦାନନ୍ଦ ନାଏକ, ବିଧାନ ଚନ୍ଦ୍ର ନାଏକ, ସୁକଦେବ ପଟେଲ, ପ୍ରଦ୍ୟୁମ୍ନ ପଟେଲ, ଶିବାନନ୍ଦ ପଟେଲ, ଓମ୍‌ ପ୍ରକାଶ ସେଠ, ସୋମନାଥ ସେଠ, ଆକାଶ ରାଉତ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ୩୨ ପ୍ରକାର ଗଛର ଚାରା ରୋପଣ କରାଯାଇଥିଲା ।

jittmm
Leave A Reply

Your email address will not be published.