
ବଲାଙ୍ଗିର, (କେପିଏନ୍ଏସ୍) : ସହର ମାଲପଡା ସ୍ଥିତ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ବିଶ୍ଵ ପଖାଳ ଦିବସ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରିନ୍ସିପାଲ ରବିଚନ୍ଦ୍ର ଉଦଗାତାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ବୀରେନ୍ଦ୍ର ଉଦଗାତା, ପୂର୍ବତନ ସୈନିକ ସଂଘର ସମ୍ପାଦକ ପ୍ରତାପ ରଥ ଉପସ୍ଥିତ ଥିଲେ । ବିଦ୍ୟାଳୟ ଛୁଟି ହେବା ପରେ ସମସ୍ତ କର୍ମଚାରୀମାନେ ଏକାଠି ବସି ପଖାଳ ଖାଇଥିଲେ । ଓଡ଼ିଶାର ବାସି ପଖାଳ ଏବେ ବିଶ୍ଵବିଦିତ ହୋଇଛି । ଏକଦା ଗରିବ ଘରର ମୁଖ୍ୟ ଖାଦ୍ୟ ହୋଇଥିବା ଏହି ବାସି ପଖାଳକୁ ଆଜି ବିଶ୍ୱରେ ସମସ୍ତେ ପସନ୍ଦ କରୁଛନ୍ତି । ଏହି ଆମ ପାଇଁ ଗର୍ବ ଓ ଗୌରବର କଥା ବୋଲି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା । ତେଣୁକରି ଆଜିର ଦିନରେ ସମସ୍ତେ ବାସି ପଖାଳ ଖାଇ ଏହାର ଆହୁରି ପ୍ରଚାର ପ୍ରସାର କରାଯାଉ ବୋଲି କହିଥିଲେ । ବାସି ପଖାଳ ସହିତ ଶାଗଭଜା, ବଡିଚୁରା, ଟମାଟୋ ପୋଡ଼ା ଭଳି ସୁସ୍ୱାଦୁ ବ୍ୟଞ୍ଜନ ହୋଇଥିଲେ । ସମସ୍ତେ ଆନନ୍ଦର ସହିତ ପଖାଳର ମଜା ନେଇଥିଲେ । ବିଶ୍ୱ ପଖାଳ ଦିବସ ପାଳନ କରିବାରେ ବିଦ୍ୟାଳୟର ନର୍ସରୀ ପ୍ରିନ୍ସିପଲ୍ ଅଭିଶ୍ମିତା ଦାସ, ହିମାନୀ ତ୍ରିପାଠୀ, ସଂଯୁକ୍ତା ଉଦଗାତା, ଆରତୀ ପ୍ରିୟଦର୍ଶିନୀ ଓ ଶିକ୍ଷକ, ଶିକ୍ଷୟତ୍ରଙ୍କ ସହିତ ସ୍କୁଲର କର୍ମକର୍ତ୍ତାମାନେ ମିଶି କରି ପଖାଳ ଦିବସକୁ ପାଳିଥିଲେ ।