ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ର ଠାରେ ବିଶ୍ୱ ମାନିସକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର ନିର୍ଦ୍ଦେଶକ ସୂର୍ଯ୍ୟମଣୀ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ମାନସିକ ବିଭାଗର ପ୍ରଫେସର ଡଃ ଆଶୀର୍ବାଦ ଶଥପଥୀ ଯୋଗ ଦେଇ ବିଶ୍ୱବ୍ୟାପୀ ମାନସିକ ରୋଗ, ଏହାର ସଫଳ ଚିକିତ୍ସା ଏବଂ ଏଥିରେ ଆକ୍ରାନ୍ତ ରୋଗୀଙ୍କୁ ସହାୟତା କରିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସକାଶେ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ପ୍ରକାଶ କରିଥିଲେ । ଚଳିତ ବର୍ଷର ବାର୍ତ୍ତା “ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟର ବିଭିନ୍ନତା” । ମାନସିକ ସମସ୍ୟା ବ୍ୟକ୍ତିଠାରେ ବ୍ୟବହାର ପରିବର୍ତ୍ତନ, ମନଦୁଃଖ ରହିବା, ଭୟ କରିବା, ବିନା କାରଣରେ ସନ୍ଦେହ କରିବା, ଚିଡଚିଡା ହେବା, ରାଗିବା, ଏକା ରହିବା, ଆତ୍ମହତ୍ୟା କରିବାକୁ ଚିନ୍ତା କରିବା, ନିଶା ସେବନ, ଯୋଗ୍ୟତା ତାଇ ପରୀକ୍ଷାରେ ଖରାପ କରିବା ଲକ୍ଷଣ ପ୍ରକାଶ ପାଏ । ମାନସିକ ସମସ୍ୟାକୁ ଡର, ଭୟ ଓ ଲାଜ କରନ୍ତୁ ନାହିଁ । ଗ୍ରହ, ନକ୍ଷତ୍ର ଓ ଭୁତପ୍ରେତର ପ୍ରବାହ ଭାବି ମାନସିକ ରୋଗ ଚିକିତ୍ସକଙ୍କ ସାହାଯ୍ୟ ନେବାରେ ଡେରି କରନ୍ତୁ ନାହିଁ ଓ ଏହା ଚିକିତ୍ସା ସାପେକ୍ଷ ବୋଲି ବୈଠକ ଉପସ୍ଥିତ ଜନସାଧାରଣଙ୍କୁ ଡଃ ଶତପଥୀ ଅବଗତ କରିଥିଲେ । ଏହି ଅବସରରେ “କିରନ” ୨୪ ଘଣ୍ଟା ମାନସିକ ସ୍ୱାସ୍ଥ୍ୟ ଥଇଥାନ ଟୋଲ ଫି ଫୋନ ନଂ ୧୮୦୦ ୫୯୯ ୦୦୧୯ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ପେଶାଲ ଏଜୁକେଶନ ଆସିଷ୍ଟାଣ୍ଟ ପ୍ରଫେସର ଡଃ ମିନତୀ ରାଣି ମହାପାତ୍ର, ଫିଜିଓଥେରୋପିଷ୍ଟ ସୁରଜ କୁମାର ବଡଜେନା, ପ୍ରୋଥେଟିଷ୍ଟ ଏବଂ ଅର୍ଥୋଟିଷ୍ଟ ସୁରେନ୍ଦ୍ର୍‌ ଭୋଇ, ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ, ସବ୍ୟସାଚୀ ସିଂ, ସୁବୋଧ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ସୌମ୍ୟ ରଞ୍ଜନ ମିଶ୍ର, ସଙ୍ଗୀତା ବିଶ୍ୱାଳ, ଜଗଦିଶ ସିଂ, ଆର୍ତ୍ତ, ରିଙ୍କୁ ବାରିକ, ବାବୁଲାଲ ସୁନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଆକ୍ୟୁପେସନାଲ ଥେରାପିଷ୍ଟ ରଞ୍ଜିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.