om academy

ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳିତ

jsm
  • ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱ ହିନ୍ଦୁ ପରିଷଦ ବଲାଙ୍ଗିର ତରଫରୁ ପରିଷଦର ପ୍ରତିଷ୍ଠା ଦିବସ ତଥା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଲିଲି ପଟେଲଙ୍କ ସଂଯୋଜନାରେ ହୋଇଥିବା ଏହି ସଭାରେ ଓଡିଶା ପଶ୍ଚିମ ପ୍ରାନ୍ତ ମାତୃଶକ୍ତି ପ୍ରମୁଖ ସରସ୍ୱତୀ ନନ୍ଦ, ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ ପଧାନ ଓ ବିଭାଗ ସଂପାଦକ ପବିତ୍ର ଦାସ ଅତିଥି ଭାବେ ମଞ୍ଚାସୀନ ଥିଲେ । ସଭା ପ୍ରାରମ୍ଭରେ ଦୀପ ପ୍ରଜ୍ଜଳନ ପୂର୍ବକ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଅତିଥିବୃନ୍ଦ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଯିଏ କି ବୟସର ସାୟତ୍ୱରେ ଅବସ୍ଥିତ ହେବା ପରେ ମଧ୍ୟ ବେଧର୍ମି କାପରୁଷମାନେ ଯେପରି ଭାବରେ ନିର୍ମମ ହତ୍ୟା କଲେ ସେହି ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିନ ତଥା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ତାହା ସମଗ୍ର ବିଶ୍ୱ ସମାଜ ପାଇଁ ଏକ ନିର୍ମମ ଚେତାବନୀ ଏବଂ ସାଧୁସନ୍ଥମାନଙ୍କର ହତ୍ୟା ଆଗାମୀ ଦିନେ ହିନ୍ଦୁ ସମାଜ ପାଇଁ ଆସୁଛି ବଡ ବିପଦ ବୋଲି ଆଫଗାନିସ୍ଥାନର ତାଲିବାନି ଉଦାହରଣ ଦେଇଥିଲେ ପ୍ରାନ୍ତ ମାତୃଶକ୍ତି ପ୍ରମୁଖ ସରସ୍ୱତୀ ନନ୍ଦ । ବକ୍ତା ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ ପଧାନ ବକ୍ତବ୍ୟରେ ବିଶ୍ୱ ହିନ୍ଦୁ ପରିଷଦର ଲକ୍ଷ ଉଦ୍ଦେଶ୍ୟ ତଥା ବର୍ତ୍ତମାନ ହିନ୍ଦୁ ସମାଜର ସ୍ଥିତି ଓ ଆଗାମୀ ଦିନରେ ହିନ୍ଦୁ ସମାଜ ପ୍ରତି ଆସୁଥିବା ବିପଦ ସଂଙ୍କେତ ଉପରେ ଆଲୋକପାତ କରିଥିଲେ । ସଭାପତି ଗୋବିନ୍ଦ ମିଶ୍ର ହିନ୍ଦୁ ସମାଜ ଏକ ହେବାର ସମୟ ଆସିଛି ବୋଲି ସଭାପତିତ୍ୱ ଭାଷଣରେ ମତବ୍ୟକ୍ତ କରିଥିଲେ । ଏକକ ଗୀତ ଗାନ କରିଥିଲେ ସାଇ ଶ୍ରୀରାମ ମିଶ୍ର, ଅକ୍ଷଧା ମିଶ୍ର । ଏହି କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର ପ୍ରମୁଖ ବାବୁଲା ମିଶ୍ର, ଜିଲ୍ଲା ମାତୃଶକ୍ତି ପ୍ରମୁଖ ଶ୍ରୀପଦା ଷଡଙ୍ଗୀ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରଦୀପ ସାହୁ, ଜିଲ୍ଲା ସହ ସଂପାଦକ କାହ୍ନା ଶତପଥି, ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ଅନ୍ତର୍ଯ୍ୟାମୀ କରଣ, ସହସଂଯୋଜକ ପ୍ରମୁଖ ସୌମ୍ୟ ରଞ୍ଜନ ମିଶ୍ର ଓ ଚର୍ଚିତ ମିଶ୍ର, ନଗର ସଭାପତି ବିଶ୍ୱମ୍ଭର ବେହେରା, ନଗର ସଂପାଦକ ଜୟନ୍ତ ଯୋଷୀ, ନଗର ସହ ସଂପାଦକ ରାଜ କିଶୋର ଠାକୁର, ନଗର ଉପସଭାପତି ଅନୁଶୟା ବେଜ, ନଗର ମାତୃଶକ୍ତି ପ୍ରମୁଖ ଶ୍ରାବଣୀ ମେହେର, ସହମାତୃଶକ୍ତି ପ୍ରମୁଖ ବିବିତା ପଧାନ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବଜରଂଗ ଦଳର ସକ୍ରିୟ କର୍ମୀ ପି.ବରାଇ, ସୌମ୍ୟ ସିପୁନ ମିଶ୍ର, ସମ୍ବିତ ମିଶ୍ର, ଅବନିକାନ୍ତ ନନ୍ଦ, ବିଜେ ପଧାନ, ରକି ପାଣିଗ୍ରାହୀ ସହଯୋଗ କରିଥିଲେ ।

Leave A Reply

Your email address will not be published.