
ସାଲେଭଟା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା ) ବ୍ଲକ ସାଲେଭଟା ସରକାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜୁନିଅର ରେଡକ୍ରସ ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ରେଡକ୍ରସ ପ୍ରତିଷ୍ଠାତା ସାର ଜାଁ ହେନେରୀ ଡୁନାଂଟଙ୍କ ତୈଳଚିତ୍ର ପ୍ରତି ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସାଲେଭଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଆରସିସି ସଦାନନ୍ଦ ଭୋଇ ମୁଖ୍ୟଅତିଥି ଏବଂ ପ୍ରମେୟ ଆଗଲପୁର ବ୍ଲକ ପ୍ରତିନିଧି ବିରାଜ ନନ୍ଦ ପାଢୀ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରୁଦ୍ରକାନ୍ତ ମେହେର ଓ ମୁର୍ଷଣ୍ଡି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେତ୍ରାନନ୍ଦ ସାହୁ ସମ୍ମାନୀତ ଅତିଥିଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ରେଡକ୍ରସର ଆଭିମୁଖ୍ୟ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତା ବାର୍ତା ନେଇ ସ୍ୱେଚ୍ଚାସେବୀମାନେ ସାଲେଭଟା ଗ୍ରାମର ଆର୍ଥିକ ଅନଗ୍ରସର ପରିବାରକୁ ମାସ୍କ, ସାବୁନ, ବିସ୍କୁଟ, ଚାଉଳ ଓ ପନିପରିବା ଦେବା ସହିତ କରୋନାରୁ ନିଜକୁ ସୁରକ୍ଷିତ ରହିବାକୁ ଆହ୍ୱାନ ଦେଇଥିଲେ । ଶିକ୍ଷୟତ୍ରୀ କୁନ୍ତି ପଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଳକା ପଣ୍ଡା, ଧରିତ୍ରୀ ସାହୁ, ଗୁରୁବାରୀ ପଧାନ, ଶିତୟା ପଧାନ, କାଂଚନ ହୋତା, ଦଶରଥ ପଟେଲ ଓ ଅଙ୍ଗନୱାଡି କିର୍ମ ବିନୟା ସାହୁ, ଲିଲି ରଣା ପ୍ରମୁଖ ଉପସ୍ଥିିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।