oom

କଲ୍‌ଚରାଲ ଏକାଡେମୀ ପକ୍ଷରୁ ବିଷୁବ ମିଳନ

jsmm

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଲଚରାଲ ଏକାଡେମୀ ପକ୍ଷରୁ ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ବିଷୁବ ମିଳନ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ଉପସଭାପତି ତଥା ଶିଶୁ ସାହିତ୍ୟିକ ଧ୍ରୁବଚରଣ ଘିବେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ଆସରରେ ଓଡ଼ିଶାର ବିଶିଷ୍ଟ କବି କିଶୋର ମିଶ୍ର ଓ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ଯୋଗଦେଇ ବିଷୁବ ମିଳନର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । କବି ସୁଶାନ୍ତ ମହାପାତ୍ର ତଥା ଏକାଡେ଼ମୀର ସମ୍ପାଦକ କବିତା ଗୁଡିକ ସଂଯୋଜନା କରିଥିବା ବେଳେ କବି ରାଜକୁମାର ପ୍ରଧାନ, ସୁଜ୍ଞାନ ବାଘ, ଅରୁଣ ମେହେର, ଚିତରଂଜନ ବେହେରା, ଅଭିନବ ପଟନାୟକ ସ୍ୱରଚିତ କବିତା ପାଠ କରି ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲେ । ଏକାଡେମୀର ସଦସ୍ୟ ବିଜୟ କୁମାର କ୍ଷେତୀ ଓ ସତ୍ୟନାରାୟଣ ଦେହୁରୀ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ଏକାଡେମୀର ବରିଷ୍ଠ ସଦସ୍ୟ ଟଙ୍କଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.