ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ବିଶୃଙ୍ଖଳା : ଟାକି ବସିଛନ୍ତି ରୋଗୀ, ଦେଖାନାହିଁ ଅଲ୍‌ଟ୍ରା ସାଉଣ୍ଡ ଡାକ୍ତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ବିଶୃଙ୍ଖଳା ଦେଖାଦେଇଛି । ରୋଗୀମାନେ ଟାକି ବସିଥିବା ବେଳେ ଖବର ପ୍ରସାରଣ ପର୍ଯ୍ୟନ୍ତ ଅଲ୍‌ଟ୍ରା ସାଉଣ୍ଡ ଡାକ୍ତରଙ୍କ ଦେଖାନଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ସମୟସୂଚୀ ଅନୁସାରେ ଅଲ୍‌ଟ୍ରା ସାଉଣ୍ଡ ପାଇଁ ରୋଗୀମାନେ ଆଜି ସକାଳୁ ଲାଇନରେ ଆସି ନାମ ପଞ୍ଜିକରଣ କରିଥିଲେ । ଅଲ୍‌ଟ୍ରା ସାଉଣ୍ଡ ହେବ ବୋଲି ରୋଗୀମାନଙ୍କୁ ଅତ୍ୟଧିକ ମାତ୍ରାରେ ପାଣି ପିଇବାକୁ ମଧ୍ୟ ଦିଆଯାଇଥିଲା । କିନ୍ତୁ କ୍ଷୋଭର ବିଷୟ ଯେ, ଦିନ ସାଢେ ୧୨ଟା ପର୍ଯ୍ୟନ୍ତ ଡାକ୍ତର ପହଞ୍ଚି ନଥିଲେ । ଏଥିପାଇଁ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ବିଶୃଙ୍ଖଳା ଦେଖାଦେଇଛି ।

Leave A Reply

Your email address will not be published.

error: Content is protected !!