ସର୍ଚ୍ଚ ଅପରେସନ ଜାରି ରହିଥିବା ସମୟରେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) ସର୍ଚ୍ଚ ଅପରେସନ ଜାରି ରହିଥିବା ସମୟରେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଯବାନ ଆହତ । ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଥିବା ଖବର ମିଳିଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ନାଲିକୁମ୍ପା ଜଙ୍ଗଲରେ ଏସ୍‌ଓଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ସମୟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ ୨ ଜଣ ଯବାନ । ଆହତ ଯବାନମାନେ ରସରାଜ ଶିରୋମଣି ଓ ଉତ୍କଳ ପଟେଲ ବୋଲି ଜଣାପଡିଛି । ଆହତ ଯବାନ ଦ୍ୱୟଙ୍କୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ସୋନପୁର ମେଡିକାଲକୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ପୁଣି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲକୁ ଅଣାଯାଇ ଯବାନ ଦ୍ୱୟଙ୍କୁ ଚିକିତ୍ସା କରାଯାଇଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ବଲାଙ୍ଗିର ମନୋହରପୁର ପଡ଼ିଆରୁ ଏୟାର ଲିପ୍ଟରେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଉଥିବା ଜଣାପଡିଛି ।

Leave A Reply

Your email address will not be published.