om academy

ବିଜେପୁରରୁ ଭାଜପାର ବିଶୋଧନ ଅଭିଯାନ ଆରମ୍ଭ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ସହରରୁ କରୋନା ମହାମାରୀ ଦାଉରୁ ଜନସାଧାରଣଙ୍କ ଧନ ଜୀବନକୁ ସୁରକ୍ଷା ପାଇଁ ବିଶୋଧନ ଅଭିଯାନ ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି । ବରଗଡ଼ ଲୋକସଭା ସାଂସଦ ସୁରେଶ ପୁଜାରୀଙ୍କ ନିର୍ଦ୍ଦେଶରେ ଏମସିଏଲ ପକ୍ଷରୁ ଏକ ବିଶୋଧନ ଯାନ ବିଜେପୁର ପହଞ୍ଚିଛି । ସ୍ଥାନୀୟ ବସଷ୍ଟାଣ୍ଡରୁ ଏହି ଅଭିଯାନ ଆରମ୍ଭ ହୋଇ ସହରର ବିଭିନ୍ନ ଅଞ୍ଚଳକୁ ବିଶୋଧନ କରିଛି । ଆଗାମୀ ଦିନରେ ଏହି ବ୍ଲକର ବିଭିନ୍ନ ଅଞ୍ଚଳକୁ ବିଶୋଧନ କରାଯିବ ବୋଲି ଭାଜପା ପକ୍ଷରୁ ସୂଚନା ଦିଆଯାଇଛି । ବିଜେପୁର ନିର୍ବାଚନ ମଣ୍ଡଳୀର ଉଦୀୟମାନ ନେତା ସନତ କୁମାର ଗଡତିଆ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହେଶ ଦେବତା, ରଞ୍ଜିତ ମେହେର ପ୍ରମୁଖ ବହୁ ଭାଜପା ନେତା ଓ କର୍ମୀଗଣ ସାମିଲ ହୋଇଥିଲେ ।

Leave A Reply

Your email address will not be published.