centurian jitm

ବିଶିଷ୍ଟ ଦଳିତ ନେତା ଡ. ଅର୍ଜୁନ ମୁଗ୍ରୀ ବଲାଙ୍ଗିର ଜିଲ୍ଲା କଂଗ୍ରେସ ମୁଖପାତ୍ର ନିଯୁକ୍ତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷିୟାନ କଂଗ୍ରେସ ନେତା ଡ. ଅର୍ଜୁନ ମୁଗ୍ରୀଙ୍କୁ ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ମୁଖପାତ୍ର ଭେବେ ନିଯୁକ୍ତି ପ୍ରଦାନ କରାଯାଇଛି । ତାଙ୍କ ଯୋଗଦାନରେ ଜିଲ୍ଲା କଂଗ୍ରେସ କମିଟି ଆହୁରି ସୁଦୃଢ ହେବ ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶୋକ ନନ୍ଦ, କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଟାଉନ୍‌ କଂଗ୍ରେସ ସଭାପତି ବୁଲୁ ଦାନି, ଜିଲ୍ଲା କିଶାନ୍‌ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ଏସ୍‌ସି ସେଲ ସଭାପତି ଓମ୍‌ ପ୍ରକାଶ କୁମ୍ଭାର, ଯୁବ କଂଗ୍ରେସ ସଭାପତି ନାସୀର ଖାନ, ମହିଳା ସଭାନେତ୍ରୀ ମିଳନି ସାହୁ, ଏସ୍‌ଟି ସେଲ୍‌ ସଭାପତି ମୟ ପ୍ରଧାନୀ, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ଯୁବ ନେତା ଶୁଭ୍ରାଂଶୁ ପଣ୍ଡା, ଦଳିତ ନେତା ତରଣୀ ସେନ ଦିପ, ଜ୍ୟୋତିଷ ମୁଗ୍ରୀଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତା ଆଶାବ୍ୟକ୍ତ କରିଛନ୍ତି । ନିଜ ପକ୍ଷରୁ ଡ. ମୁଗ୍ରୀ ତାଙ୍କ ନିଯୁକ୍ତିରେ ବଲାଙ୍ଗିର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ଶରତ ପଟ୍ଟନାୟକ, ଦଳର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ୍‌ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.