oom

ବଲାଙ୍ଗିର କୋଶଳ କଳା ମଣ୍ଡଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ନିର୍ବାଚନୀ ପ୍ରଚାର ସଭା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳା ମଣ୍ଡଳରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ନିର୍ବାଚନୀ ପ୍ରଚାର ସଭା ଆଜି ଅପରାହ୍ନରେ ଆୟୋଜିତ ହୋଇଯାଇଛି । ସହସ୍ରାଧିକ ନବୀନ ପ୍ରେମୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଆଗାମୀ ଜୁଲାଇ ମାସରୁ ଆଉ ବିଜୁଳି ବିଲ୍‌ ଆସିବ ନାହିଁ ବୋଲି ଜନସାଧାରଣଙ୍କୁ ସମ୍ବୋଧିତ କରିଥିବା ବେଳେ ବିଭିନ୍ନ ସରକାରୀ ଯୋଜନାର ନାମ ଉଚ୍ଚାରଣ କରି ‘ଭଲ କି’ ବୋଲି ଉପସ୍ଥିତ ଜନସାଧାରଣଙ୍କ ମତ ଜାଣିଥିଲେ । ଏହି ନିର୍ବାଚନୀ ପ୍ରଚାର ସଭାରେ ବଲାଙ୍ଗିର ସାଂସଦ କ୍ଷେତ୍ରର ୭ଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ସହ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଆଗାମୀ ୨୦ ତାରିଖ ଦିନ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ୍‌ ଦେଇ ବିଜେଡ଼ିକୁ ଜୟଯୁକ୍ତ କରିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ । କଂଟବାଂଜି ବିଧାୟକ ପ୍ରାର୍ଥୀ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆସିଥିବା ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌ ମଧ୍ୟ ମଂଚରେ ବକ୍ତବ୍ୟ ରଖି ବିଜେଡ଼ି ସରକାରଙ୍କ ଜନାଭିମୁଖୀ ଯୋଜନା ସଂପର୍କରେ ଉପସ୍ଥିତ ଜନତାଙ୍କୁ ଅବଗତ କରାଇବା ସହ ବିଜେଡ଼ି ହିଁ ଓଡ଼ିଶାବାସୀଙ୍କ ସୁଖଦୁଃଖର ପରମ ସାଥୀ ବୋଲି କହିଥିଲେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ଦିନ ଦୁଇ ପ୍ରହରରେ ସହସ୍ରାଧିକ ଜନସାଧାରଣ କୋଶଳ କଳା ମଣ୍ଡଳରେ ଉପସ୍ଥିତ ରହି ବିଜେଡ଼ିର ସମସ୍ତ ପ୍ରାର୍ଥୀଙ୍କ ବକ୍ତବ୍ୟ ଶୁଣିଥିବା ଯୋଗୁଁ ବଲାଙ୍ଗିର ବିଧାୟକ ପ୍ରାର୍ଥୀ କଳିକେଶଙ୍କ ସହ ମଂଚାସୀନ ସମସ୍ତେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ନିର୍ବାଚନୀ ପ୍ରଚାରରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ସରକାରଙ୍କ ଉପରେ ଜୋର୍‌ସୋର୍‌ ଆକ୍ଷେପ କରିଥିବା ବେଳେ ଆଜିର ନିର୍ବାଚନୀ ସଭାରେ ବିଜେଡ଼ି ପକ୍ଷରୁ ତାର କଡ଼ା ଜବାବ୍‌ ଦିଆଯାଇଥିବା ସାଧାରଣରେ ଆଲୋଚନା ହେଉଛି ।

jittmm
Leave A Reply

Your email address will not be published.