oum

ଆଜି ବାହୁଡ଼ିବେ ମା’ : ବିସର୍ଜନ ପାଇଁ ୪ ଅସ୍ଥାୟୀ ପୋଖରୀ

jsm

ବ୍ରହ୍ମପୁର : ଦୀର୍ଘ ୧୦ ଦିନ ଧରି ପୂଜା ମଣ୍ଡପରେ ପୂଜା ପାଉଥିବା ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହେବ । ଚଳିତ ବର୍ଷ ସହରରେ ୪୦ ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ଅନୁଷ୍ଠିତ ହୋଇଛି । ଶୁକ୍ରବାର ଭସାଣି ଉତ୍ସବ ଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସହରର ୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ଏଥିମଧ୍ୟରୁ ଫାଷ୍ଟ ଗେଟସ୍ଥିତ ଡେରା ପଡିଆ, ଗୋଷାଣୀନୂଆଗାଁ ଆଗୁଳାବନ୍ଧ, ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆମ୍ବପୁଆ ସ୍ଥିତ ବିବେକ ବିହାର, ଆମ୍ବବଜାର ସ୍ଥିତ ମିନାକ୍ଷୀନଗରଠାରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ଫାଷ୍ଟଗେଟ୍‌ ଅସ୍ଥାୟୀ ପୋଖରୀରେ ଫାଷ୍ଟ ଗେଟ ଟ୍ରକ୍‌ ଟର୍ମିନାଲ ପୂଜା ପେଣ୍ଡାଲ ଭଳି ଗଞ୍ଜାମ ଓ ଫୁଲବାଣୀ ଟ୍ରକ ସଂଘ, ମହୁରୀ ରାଜା ଗୁର୍ଜି ଦେଶୀ ବେହେରା ସାହି, ଶିବରାମ ନଗର ଖଣ୍ଡିଆ କୁମୁଟି ସାହି, ନୃସିଂହ ନଗର, ଭିକ୍ଟୋରିଆ ମାର୍କେଟ, ଶଙ୍କରପୁର ସାହି, ଚୈତନ୍ୟ ନଗର, ଗେଟ ବଜାର, ଚାଟାର୍ଜୀ ନଗର, କର୍ପୋରେସନ ରୋଡ ଆଦି ପୂଜା ପେଣ୍ଡାଲର ମୂର୍ତ୍ତି ଭସାଣି କରାଯିବ । ସେହିପରି ଆଗୁଳାବନ୍ଧଠାରେ ବିିଜିପୁର ତୋଟା ସାହି, ଟାଟାବେଞ୍ଜ ଛକ, ହିଲପାଟଣା, ଗୋଷାଣୀନୂଆଗାଁ କାଳୁଆ ପୂଜା କମିଟି, ପିଡବ୍ଲ୍ୟୁଡି କଲୋନୀ, ଓଏସ୍‌ଆରଟିସି ପୂଜା କମିଟି, ବିଜିପୁର ଛକ ପୂଜା କମିଟିର ମୂର୍ତ୍ତି ଭସାଣି କରାଯିବା ନେଇ ବିଏମ୍‌ସି ପକ୍ଷରୁ ସ୍ଥିର କରାଯାଇଛି । ସେହିଭଳି ଆମ୍ବପୁଆ ଅସ୍ଥାୟୀ ପୋଖରୀରେ କମାପଲୀ, ଆଙ୍କୁଲି କାଳଞ୍ଜୀ ସାହି, ଇଞ୍ଜିନିୟରିଂ ସ୍କୁଲ ଛକ, ଇରିଗେଶନ ଅଫିସ, ଆଙ୍କୁଲି, ଗଜପତି ନଗର, ବଡଖେମୁଣ୍ଡି ସାହି, ଗୋଇଲୁଣ୍ଡି ଆଡୁଆ ସାହି ଓ ନୂଆ ବସ୍‌ଷ୍ଟାଣ୍ଡ ପୂଜା କମିଟିର ମୂର୍ତ୍ତି ଭସାଣି ହେବ । ସେହିପରି ଆମ୍ବବଜାର ସ୍ଥିତ ଅସ୍ଥାୟୀ ପୋଖରୀରେ ଭାପୁର ଦଳୁଆ ସାହି, ଆର.କେ. ହଷ୍ଟେଲ ରୋଡ, ହନୁମାନ ବଜାର, ଗାନ୍ଧୀନଗର, ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହି, ଉତ୍କଳ ଆଶ୍ରମ ରୋଡ, ଗିରିଜା ଛକ, ପୁରୁଣା ବ୍ରହ୍ମପୁର, ପ୍ରେମ ନଗର ଓ ଟ୍ରେକର ଷ୍ଟାଣ୍ଡ ପୂଜା କମିଟିର ମୂର୍ତ୍ତି ବିସର୍ଜନ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ହସ୍ତଗତ ହୋଇଛି ।

Leave A Reply

Your email address will not be published.