ଆଇଆରଇଏଲ୍ (ଇଣ୍ଡିଆ) ପ୍ରତିଷ୍ଠାନ ପ୍ରଶାସନ ବିରୁଦ୍ଧରେ ମାନ୍ୟବର ହାଇକୋର୍ଟରେ ରିଟ ପିଟିସନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିକାଶ ପରିଷଦ ତରଫରୁ ଜି. ଭୀମ ବେହେରା, ତୁଷାରକାନ୍ତ ବେହେରା, ଯୋଶଦା କର ପ୍ରମୁଖ ଭାରତୀୟ ବିରଳ ମୃତ୍ତିକା ଆଇଆରଇଏଲ୍ (ଇଣ୍ଡିଆ) ପ୍ରତିଷ୍ଠାନ ପ୍ରଶାସନ ବିରୁଦ୍ଧରେ ମାନ୍ୟବର ହାଇକୋର୍ଟରେ ରିଟ ପିଟିସନ WPC NO – 20981/2022 ତା ୧୬.୦୮.୨୨ରେ ଏକ ମାମଲା ରୁଜୁ କରିଛନ୍ତି । ସେଥିରେ ଦର୍ଶାଯାଇଛି ଯେ, ଭାରତୀୟ ବିରଳ ମୂର୍ତ୍ତିକାର ଦୁର୍ନୀତି ଗ୍ରସ୍ତ, ଭ୍ରଷ୍ଟାଚାର ଓ ଗଞ୍ଜାମ ଦ୍ରୋହି ଅଧିକାରୀମାନେ ପାଣ୍ଡବଠାରୁ ଖାଇ କୌରବଙ୍କ ପାଇଁ କାର୍ଯ୍ୟ କରିବା ନୀତି ଧରିଛନ୍ତି, ବୋଲି ଉଲ୍ଲେଖ କରାଯାଇଛି । ଏହି କାରଣରୁ ୯୨ ଗୋଟି ବିଭିନ୍ନ ବର୍ଗର ସ୍ଥାୟୀ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି । କେବଳ କଟକ ଓ ଭୁବନେଶ୍ୱରରେ ଏହି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଇଛି । ଯାହା ଭୁବନେଶ୍ୱର ସହରଠାରୁ ୨୦ କିମି ଦୂରତ୍ୱରେ ଦୁଇ ଦୁଇଟି ଇଣ୍ଟରଭିୟୁ କେନ୍ଦ୍ର ସ୍ଥାନ ସଂରକ୍ଷଣ କରାଯାଇଛି । ଯାହା ଛତ୍ରପୁର କିମ୍ଭା ବ୍ରହ୍ମପୁରଠାରେ ଏହି ଇଣ୍ଟରଭିୟୁ ପରୀକ୍ଷା କେନ୍ଦ୍ର କାହିଁକି କରାଯାଇନାହିଁ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଆନ୍ଦୋଳିତ କରିଛି । ଫଳତଃ ଏହାର କାରଣ- କିଛି ଦୁର୍ନୀତି ଗ୍ରସ୍ତ କର୍ମଚାରୀ, ଅଫିସର ନିଜ କଟକ, ପୁରୀ, କେନ୍ଦ୍ରାପଡା, ଆଦି ଜିଲ୍ଲାର ନିଜ ଜ୍ଞାତି କୁଟୁମ୍ବଙ୍କୁ ଚାକିରି କରାଇବା ପାଇଁ ଏକ ଷଡଯନ୍ତ୍ର କରୁଥିବା ସାଧାରଣରେ ଅନୁମେୟ ହୋଇଛି । ଏହି ନିଷ୍ପତ୍ତି ତୁରନ୍ତ ରଦ୍ଦ କରାଯିବା ସହିତ କଣମଣା, କାଳିପଲ୍ଲୀ ଓ ଆର୍ଯ୍ୟପଲ୍ଲୀ ପ୍ରଭାବିତ ଗ୍ରାମ ପଞ୍ଚାୟତରେ ଥିବା ହଜାର ହଜାର ଆଇଟିଆଇ, ଡିପ୍ଲୋମା, ଡିଗ୍ରୀ ଇଞ୍ଜିନିୟର, ସ୍ନାତକ ଭଳି ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ଶତକଡା ଅଶୀ ପ୍ରତିଶତ (୮୦%) ଭାଗ ଉକ୍ତ ପ୍ରତିଷ୍ଠାନର ପ୍ରତ୍ୟେକ ବିଭାଗରେ ନିଯୁକ୍ତ ପ୍ରଦାନ କରାଯିବା ନିମନ୍ତେ ପିଟିସନ ଦାଏର ହୋଇଛି । ୧୯୮୦ ମସିହାରେ ଆଇଆରଇ ପ୍ଲାଣ୍ଟ ପ୍ରତିଷ୍ଠାନ ସ୍ଥାପନା ପାଇଁ ପ୍ରାୟ ୨୪୦୦ ଏକର ଜମି ପ୍ଲାଣ୍ଟ ପାଇଁ ଏବଂ କଲୋନୀ ପାଇଁ ପ୍ରାୟ ୧୦୦ ଏକର ଜମି ଓ ଉକ୍ତ ଅଞ୍ଚଳର ସମସ୍ତ ପରିବାର ଲୋକଙ୍କ ହଜାର ହଜାର ହେକ୍ଟର / ଏକର ଜମି ସହିତ ସରକାରୀ ଜମିରୁ ଖଣିଜ ପଦାର୍ଥ ଉତ୍ତୋଳନ କରି ଲୋକଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଥଇଥାନ ନୀତି ୨୦୦୬ ପ୍ରକାରେ ନିର୍ଦ୍ଧାରିତ ପାଉଣା ନଦେଇ ବାଟମାରଣା କରିଛନ୍ତି । ଉଦାହରଣ ପ୍ରକାରେ ବଡ଼ପୁଟି ସମବାୟ ସମିତିର ପ୍ରାୟ ୪୦ହଜାର ଏକର ଜମିର ଖଣିଜ ପଦାର୍ଥ ଉତ୍ତୋଳନ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ପ୍ରାପ୍ୟ ୨୦୦୬ ନିୟମ ପ୍ରକାରେ ଲୋକଙ୍କୁ / ହିତାଧିକାରୀଙ୍କୁ ପ୍ରାପ୍ୟ ଦିଆଯାଇନାହିଁ ।

ପ୍ରକାଶ ଥାଉକି, ଜମି ଅଧିଗ୍ରହଣ ସମୟରେ ମିଥ୍ୟା ପ୍ରତିଶୃତି ଦେଇଥିଲେ ଯେ’ ପ୍ରଭାବିତ ଗ୍ରାମ ଗୁଡିକର ଯୁବକମାନଙ୍କୁ କେବଳ ନିଯୁକ୍ତି ପ୍ରଦାନ କରାଯିବ । କିନ୍ତୁ ପ୍ରାୟ ୪୪ ବର୍ଷ ବିତିଗଲେ ମଧ୍ୟ ନିଯୁକ୍ତି ମିଳିନାହିଁ । ଅନ୍ୟ ରାଜ୍ୟ ଓ ଅନ୍ୟ ଜିଲ୍ଲାର ଯୁବକଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ଗ୍ରହଣ କରି କିଛି ଦୁର୍ନୀତି ଭ୍ରଷ୍ଟାଚାର କର୍ମଚାରୀ / ଅଫିସରଙ୍କ ସଲାସୁତରାରେ ନିଯୁକ୍ତି ପ୍ରଦାନ କରୁଛନ୍ତି । ଆଇଆରଇ ପ୍ଲାଣ୍ଟରୁ ବାର୍ଷିକ ୨,୨୦,୦୦୦ରୁ ଅଧିକା ବିଭିନ୍ନ ପ୍ରକାର କେମିକାଲ ପଦାର୍ଥ ସମୁଦ୍ର ବାଲିରୁ ବାହାର କରାଯାଉଛି । ୨୦୧୦ ମସିହାଠାରୁ ଏକ ମୋନାଜଇଟ ପ୍ଲାଣ୍ଟ ଆଇଆରଆଇ ପ୍ଲାଣ୍ଟ ପରିସୀମା ମଧ୍ୟରେ ସ୍ଥାପନା କରାଯାଇ ସବୁଠାରୁ ମନୁଷ୍ୟର ଜୀବନ ହାନୀକାରକ ପଦାର୍ଥ ଥୋରିଓମ ଓ ମୋନାଜାଇଟ ସମୁଦ୍ର ବାଲିରୁ ବାହାର କରାଯାଉଛି । ଯଦ୍ୱାରା ପ୍ରାକୃତିକ କିଆଫୁଲ, ନଡ଼ିଆ ଇତ୍ୟାଦି ଗଛରୁ ଫୁଲ ଓ ଫଳ ଫଳିବାରେ ବାଧକ ହୋଇଛି । କିଆ ଫୁଲ ବହୁପରିମାଣରେ ପ୍ରାକୃତିକ ଭାବେ ଚାଷ ହେଉଛି, କିଆଫୁଲ ବିକ୍ରିକାରି ଜୀବନ ନିର୍ବାହ କରୁଥିଲେ । ସେହିପରି ଏହି ସମୁଦ୍ରକୂଳିଆ ଅଞ୍ଚଳରେ ନଡ଼ିଆ ଚାଷ ମୁଖ୍ୟ ଜୀବିକା ଅଟେ । ଅଧିକାଂଶ ପରିବାର ବଞ୍ଚୁଥିଲେ । କିନ୍ତୁ ଥୋରିଓମ ଓ ମୋନାଜାଇଟ ଦୂଷିତ ପଦାର୍ଥ ଯୋଗୁଁ କାଳିପଲ୍ଲୀ, କଣମଣା, ଆର୍ଜିପଲ୍ଲୀ, ଶ୍ରୀରାମଚନ୍ଦ୍ରପୁର, ଚମାଖଣ୍ଡି ଓ ଅଗସ୍ତିନୂଆଗାଁ ଗ୍ରାମ ପଞ୍ଚାୟତର ଏକଶହ ଗୋଟି ରାଜସ୍ୱ ଗ୍ରାମରେ ଅଧିକାଂଶ ଅଶିକ୍ଷିତ, ତେଲୁଗୁ, ହରିଜନ, ଧିବର ଆର୍ଥିକ ଅନାଗ୍ରସର, ପଛୁଆବର୍ଗର ପରିବାର ବାସ କରୁଛନ୍ତି । ପରିବେଶ ଦୂଷିତ ହେବାରୁ ଜୀବିକା ନିର୍ବାହ କରିବା କଷ୍ଟକର ହେଉଛି । ଏହି ଅଂଚଳର ବଡ଼ପୁଟି ମୌଜାରେ ଏକ ମଧୁର ଜଳ ହ୍ରଦ ଯାହାକୁ ‘ତାମ୍ପରା’କୁ ଜଳ, ବାୟୁ ଓ ମାଟି ଦୂଷିତ ହେବା ଫଳରେ ହ୍ରଦରେ ମାଛ ଚାଷ କରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀ ସମ୍ପ୍ରଦାୟର ତିଅର ଓ ଧିବର ଜାତିର ଲୋକମାନେ ମାଛଚାଷରୁ ବଞ୍ଚିତ ହୋଇଛନ୍ତି ।

ପ୍ରକାଶ ଥାଉକି, ଆଇଆରଆଇ କମ୍ପାନୀ ସହିତ ରାଜ୍ୟ ସରକାରଙ୍କ ଜମି ପ୍ରଦାନ ପାଇଁ ଯେଉଁ ଚୁକ୍ତିନାମା ୧୯୯୯ ମସିହାରେ ୨୦ ବର୍ଷ ପାଇଁ ହେଇଥିଲା । ଉକ୍ତ ରେଜିଷ୍ଟ୍ରିଭୁକ୍ତ ଚୁକ୍ତିନାମା ୨୦୧୯ ମସିହାଠାରୁ ସମାପ୍ତ ହୋଇଯାଇଛି । ସମ୍ପୂର୍ଣ୍ଣ ବେନିୟମ ଅଗଣତାନ୍ତ୍ରିକ ଭାବେ ଆଇଆରଆଇ କମ୍ପାନୀ ପରିଚାଳନା ହେଉଛି । ଏହା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନ ଜାଣିଶୁଣି ମାସିକ ବଟି ନେଇ ବେନିୟମ ଭାବେ ପରିଚାଳନା ପାଇଁ ସାହାଯ୍ୟ ଓ ସହାନୁଭୂତି ଦେଇ ଆସୁଛନ୍ତି, ବୋଲି ଭାରତୀୟ ବିକାଶ ପରିଷଦ ଅଭିଯୋଗ କରିଛନ୍ତି ।

ତେଣୁ ମହାରାଷ୍ଟ୍ରରେ ଶତକଡା ୮୦ ପ୍ରତିଶତ ଭାଗ ଚାକିରି ସରକାରୀ ଓ କମ୍ପାନୀ ଚାକିରି କେବଳ ଆଞ୍ଚଳିକ ଯୁବକଙ୍କ ପାଇଁ ସଂରକ୍ଷଣ, ସେହିପରି ଆନ୍ଧ୍ର ପ୍ରଦେଶ, ହରିଆଣା, ମଧ୍ୟ ପ୍ରଦେଶ, ଗୁଜୁରାଟ ଓ ପଂଜାବ ଭଳି ରାଜ୍ୟରେ ମଧ୍ୟ ଶତକଡା ୭୫% ଭାଗ ଚାକିରି ପ୍ରଭାବିତ ଜିଲ୍ଲାର ଯୁବକଙ୍କ ପାଇଁ ସଂରକ୍ଷିତ ଅଛି । ଆମକୁ ମଧ୍ୟ ଶତକଡା ୮୦% ଚାକିରି ଆଇଆରଆଇର ସମସ୍ତ ବିଭାଗରେ ନିଯୁକ୍ତି ପ୍ରଦାନ ସକାଶେ ମାନ୍ୟବର ହାଇକୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି ଏବଂ ଛତ୍ରପୁର କିମ୍ବା ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ଉକ୍ତ ମାମଲାରେ ସଚିବ ତଥା ଚେୟାର ମେନ ଅଟୋମିକ ଏନଏରଜି ବିଭାଗ, ଚିଫ ମ୍ୟାନେଜଙ୍ଗି ଡାଇରେକ୍‌ଟର, ଆଇଆରଆଇ, ମୁମ୍ବାଇ, ମୁଖ୍ୟ ଜେନେରାଲ ମ୍ୟାନେଜର, ଓସ୍କୋମ, ମାଟିଖାଲ, ଛତ୍ରପୁର, ଜିଲ୍ଲାପାଳ ଗଞ୍ଜାମ, ଉପଜିଲ୍ଲାପାଳ ଓ ତହସିଲଦାର ଛତ୍ରପୁରଙ୍କୁ ପକ୍ଷଭୁକ୍ତ କରି ରୁଜୁ କରାଯାଇଛି । ଉକ୍ତ ମାମଲାକୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.