oom

ଟାଟା ଓ ଆଦିନୀ କମ୍ପାନୀର ସ୍ୱାର୍ଥ ଦୃଷ୍ଟିକୁ ନେଇ ପିପଳପଙ୍କା ଠାରେ ପ୍ରସ୍ତାବିତ ନଦୀବନ୍ଧ ଯୋଜନାକୁ ବିରୋଧ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଗୋପାଳପୁରରେ ପ୍ରସ୍ତାବିତ ଟାଟା ଓ ଆଦିନୀ ପରି ବଡ ଶିଳ୍ପପତିଙ୍କୁ ପାଣି ଯୋଗାଇବା ପାଇଁ ରାଜ୍ୟସରକାର ବ୍ୟାଗ୍ର ଥିବା କଥା ଉଠିଛି । ଯାହାକି, ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କା ଠାରେ ଯେଉଁ ନଦୀବନ୍ଧ କରିବାକୁ ଯାଉଛନ୍ତି, ତାକୁ ବିରୋଧ କରି ରବିବାର ବ୍ରହ୍ମପୁର ଠାରେ ଋଷିକୂଲ୍ୟା ବଞ୍ଚାଅ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଏକ କନ୍‌ଭେନସନ୍ ଅନୁଷ୍ଠିତ ହୋଇଥିଲା । ଏହା ଫଳରେ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୂଲ୍ୟା ନଦୀ ସମ୍ପୂର୍ଣ୍ଣ ଭାବେ ଶୁଖିଯିବ ଏବଂ ତା’ ଉପରେ ପିଇବା ପାଣି ଓ ଜଳସେଚନ ପାଇଁ ନିର୍ଭରଶୀଳ ନଦୀର ଉଭୟ ପାର୍ଶ୍ଵରେ ଥିବା ଲକ୍ଷ ଲକ୍ଷ ସାଧାରଣ କ୍ଷତିଗ୍ରସ୍ତ ହେବାକୁ ଯାଉଥିବାରୁ ଏହି ବିନାଶକାରୀ ପରିଯୋଜନାକୁ ତୁରନ୍ତ ବାତିଲ କରିବାକୁ ଉପସ୍ଥିତ ଚାଷୀନେତା, ସାମାଜିକ ଓ ପରିବେଶ କର୍ମୀ ତଥା ବୁଦ୍ଧିଜୀବୀମାନେ ଦାବୀ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ୍ତ ପ୍ରଫୁଲ୍ଲ ସାମନ୍ତରା, ପରିବେଶବିତ୍ତ ତଥା ଶିକ୍ଷାବିତ୍ତ ସୁଧୀର ରାଉତ, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସାମାଜିକ କର୍ମୀ ଭାଲଚନ୍ଦ୍ର ଷଡ଼ଙ୍ଗୀ, ବିଜେଡି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ଅନେକ ରାଜନୈତିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.