oom

ଲୋଇସିଂହାରେ ବିଧାୟକଙ୍କ ବିରୋଧରେ ଗର୍ଜିଲେ ବିଜେପି କର୍ମୀ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ମୁକେଶ ମହାଲିଙ୍ଗ ହଟାଓ, ଲୋଇସିଂହା ବଚାଓ ନାରା ନେଇ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ବିରୋଧରେ ଏକ ବୈଠକରେ ଗର୍ଜିଛନ୍ତି ବିଜେପି କର୍ମୀ । ଲୋଇସିଂହା ବିଧାୟକ ଡ. ମହାଲିଙ୍ଗ ବିଜେପି ଠିକାଦାରମାନଙ୍କୁ ଛାଡ଼ି ବିଜେଡ଼ି ଓ କଂଗ୍ରେସର ଠିକାଦାରମାନଙ୍କୁ ପାଳୁଥିବା ଅଭିଯୋଗ ଆଣିଛନ୍ତି ଲୋଇସିଂହା ବିଜେପିର ଯୁବମୋର୍ଚ୍ଚା ସଭାପତି ବୀଣା ଗଡ଼ତ୍ୟା । ଡ. ମହାଲିଙ୍ଗଙ୍କ ଛଡ଼ା ଅନ୍ୟ ଯେକେହି ବି ବିଜେପି ବିଧାୟକ ପ୍ରାର୍ଥୀ ହେବେ, ତାହାଙ୍କୁ ଦଳୀୟ କର୍ମକର୍ତ୍ତାମାନେ ସମର୍ଥନ କରିବେ, କିନ୍ତୁ ଡ. ମହାଲିଙ୍ଗଙ୍କୁ ସମର୍ଥନ କରିବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ବୈଠକରେ ଉପସ୍ଥିତ କର୍ମକର୍ତ୍ତାମାନେ । ଏହି ବୈଠକରେ ମଣ୍ଡଳ ସଭାପତି ଉମେଶ ପଟେଲ, ସୁଦାମ ଜେନା, କିଶୋର ପଟେଲ, ଏସ୍‌ଟି ମୋର୍ଚ୍ଚା ସଂପାଦକ ବାଳକୃଷ୍ଣ ଧରୁଆ, ସାଧାରଣ ସଂପାଦକ ରମାକାନ୍ତ ପଧାନ, ସୀତାରାମ ପଧାନ, ଟାନା ପଧାନ, ମନୋଜ ସିଂ, କୃଷକ ମୋର୍ଚ୍ଚା ସଭାପତି ରଘୁ ସାହୁ, ନେପାଳ ସା, ଦୀନବନ୍ଧୁ ବିଶ୍ୱାଲ, ବୁଲୁ ବାଦି, ପ୍ରଦୀପ ମିଶ୍ର, ସର୍ଗୁଲ ଦଣ୍ଡସନା, ଭାରତୀ ମହାନନ୍ଦ, ସୁକୁମାରୀ ଧରୁଆ, ଅଂଜନା ଭୋଇ, ଭଗବତୀ ଧରୁଆଙ୍କ ସମେତ ଶହ ଶହ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.