oom

ବଲାଙ୍ଗିର ଫଲସାପତ୍ରୀ ଉଚ୍ଛେଦକୁ ଅନଙ୍ଗ ଉଦୟ ସିଂହଦେଓଙ୍କ ବିରୋଧ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଫଲସାପତ୍ରୀ ଉଚ୍ଛେଦକୁ ଅନଙ୍ଗ ଉଦୟ ସିଂହଦେଓଙ୍କ ବିରୋଧ । ବଲାଙ୍ଗିର ସହର ଫଲସାପତ୍ରୀ ବସ୍ତିକୁ ପୁଣି ଥରେ ଉଚ୍ଛେଦ କରିବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିବା ବେଳେ ଏହାକୁ ବିରୋଧ କରାଯାଇଛି । ପୂର୍ବାହ୍ନ ୧୧ଟା ସମୟରେ ବସ୍ତି ବାସିନ୍ଦାଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ମହିଳା ବିଜେଡି ସଭାପତି ଦମୟନ୍ତୀ ବାଗ, କାଉନସିଲର ଶମ୍ଭୁ ନାଗ, ଶତ୍ରୁଘ୍ନ ବାଗ, ଗଙ୍ଗା ଚାନ୍ଦ, ନନ୍ଦିନୀ ପୋଢ଼, ସନ୍ତୋସିନୀ କୁଅଁର, କିଶୋର କୁମ୍ଭାର ଏବଂ ଅନ୍ୟାନ୍ୟ ନିର୍ବାଚିତ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ପ୍ରକାଶ ଯେ ପ୍ରଶାସନ ତରଫରୁ ବସ୍ତି ବାସିନ୍ଦାଙ୍କୁ ବସ୍ତି ଉଚ୍ଛେଦ କରିବାକୁ ଡାକ ବାଦ୍ୟ ଯୋଗେ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ଜାଣିବା ପରେ ସକାଳେ ବିଜେଡିର ନେତାନେତ୍ରୀ ମାନେ ଫଲସାପତ୍ରୀରେ ପହଞ୍ଚିଥିଲେ । ଘର ଭାଙ୍ଗିବା ପାଇଁ ଆସିଥିବା ଜେସିବି ଗାଡ଼ିକୁ ଘଉଡାଇବା ସହିତ ସେଠାରେ ବସି ରହିଥିଲେ । ଖବର ପାଇ ଅତିରିକ୍ତ ତହସିଲଦାର ଦିଲ୍ଲୀପ ପାତ୍ର ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅନଙ୍ଗ ଉଦୟ ସିଂହଦେଓ ତାଙ୍କ ସହିତ ଆଲୋଚନା କରି ଗରିବ ଲୋକଙ୍କ ପ୍ରତି ଏଭଳି ଅତ୍ୟାଚାର କରାନଯାଉ, କଦାପି ଆମେ ବସ୍ତିକୁ ଭାଙ୍ଗିବାକୁ ଦେବୁ ନାହିଁ, ଧନୀ ଲୋକଙ୍କ ଘର ଭଙ୍ଗା ନଯାଇ ଗରିବ ପରିବାରର ଘର ଭାଙ୍ଗିବା ଏବଂ ଅନ୍ତତଃ ବଲାଙ୍ଗିର ବିଧାୟକ ନ ଆସିବା ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରଖାଯାଉ ବୋଲି କହିଥିଲେ । ସ୍ଥାନୀୟ ଲୋକ ଓ ଜନପ୍ରତିନିଧିଙ୍କ ବିରୋଧ ଦେଖି ପ୍ରଶାସନ ପଛଘୁଞ୍ଚା ଦେଇଛି । ଉଚ୍ଛେଦ କାର୍ଯ୍ୟ ହୋଇପାରି ନଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.