
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସନ୍ଧ୍ୟାରେ ମ୍ୟୁନିସିପାଲିଟି ପକ୍ଷରୁ ବଲାଙ୍ଗିର ପାଟଣାଗଡ ରୋଡ୍ ଶାନ୍ତିପଡାରୁ ଲାଲ୍ଟିକ୍ରା ଆଡକୁ ଯାଇଥିବା ମୁଖ୍ୟ ରାସ୍ତା ମଝିରେ ରହିଥିବା ଡିବାଇଡର୍ ଭିତରେ ଗଛ ଲଗାଯାଇଥିବା ବେଳେ ଶାନ୍ତିପଡାର କିଛି ଯୁବକ ଏହାକୁ ବିରୋଧ କରିଥିବାର ଦେଖିବାକୁ ମିଳିଛି । ଯୁବକମାନେ ଅଭିଯୋଗ କରିଛନ୍ତି ଯେ, ଡିବାଇଡର୍ ତଳେ ରହିଥିବା କଂକ୍ରିଟ୍ ନ ହଟାଇ ଗଛ ଲଗାଯାଉଛି । ଏଣୁ ଗଛ ବଢିପାରିବ ନାହିିଁ, କଂକ୍ରିଟ୍ ହଟାଇ ବୃକ୍ଷରୋପଣ କରାଯାଉ ବୋଲି ଯୁବକମାନେ ଦାବି କରିଛନ୍ତି ।