ପାଣ୍ଡିଆନ୍‌ଙ୍କ ବିରୋଧରେ ହେବ ଏଫ୍‌ଆଇଆର୍‌

  • ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ।
  • ପାଣ୍ଡିଆନ୍‌ବାବୁଙ୍କ ହେଲିକ୍ୟାପ୍ଟରରେ ଉଡିବାରେ ପ୍ରାୟ ୫ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପାଣ୍ଡିଆନ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌ ହେବ ବୋଲି ଜଣାଯାଇଛି । ପାଣ୍ଡିଆନବାବୁ ହେଲିକପ୍ଟରରେ ଉଡିବା ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ପ୍ରାଥମିକ ତଦନ୍ତ ଆରମ୍ଭରୁ ଜଣାପଡିଛି ଯେ’ ପ୍ରତି ହେଲିପ୍ୟାଡ୍‌ ପାଇଁ ୨ / ୩ ଲକ୍ଷ ଟଙ୍କା ବ୍ୟୟରେ ମୋଟ୍‌ ୫୦ରୁ ୬୦ ଲକ୍ଷ ଖର୍ଚ୍ଚ ହୋଇଥିବା ଜଣାପଡିଛି । ପାଣ୍ଡିଆନ୍‌ ସାର୍ ୯ ଥରରୁ ୧୦ ଥର ଚାର୍ଟାଡ ଫ୍ଲାଇଟ୍‌ ଯୋଗେ ଗସ୍ତ କରିଥିଲେ, ବ୍ୟକ୍ତିଗତ ଭାବେ ସେ ଫ୍ଲାଇଟ୍‌ ବ୍ୟବାହାର କରିବା ଏକ ବେଆଇନ୍ ସମ୍ମତ ଅଟେ ବୋଲି କୁହାଯାଇଛି । ୨/୩ ଥର ହେଲିକ୍ୟାପ୍ଟର ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀ ଚାର୍ଟାଡ ଫ୍ଲାଇଟ୍‌ ଅନୁମତି ଦେଇଥିଲେ ନା’ ନାହିଁ ଜଣାପଡ଼ିନି ତଦନ୍ତ ବେଳେ ଜଣାପଡ଼ିବ ବୋଲି ସାଧାରଣରେ କୁହାଯାଏ । ଜନ ଶୁଣାଣି ପାଇଁ ଅଭିଯୋଗ ଫର୍ଦ୍ଦ ଆଣିବାକୁ ୨୦୨୩ରେ ପାଣ୍ଡିଆନ୍‌ ୨୦୦ ଥର ଯାଇଛନ୍ତି ବୋଲି କୁହାଯାଏ । ୫ ବର୍ଷରେ ରାଜ୍ୟ ସରକାରଙ୍କ ଚାଟାର୍ଡ ଫ୍ଲାଇଟ୍‌ ପାଇଁ ସେ ୫୧ କୋଟି ବ୍ୟୟ କରିଛନ୍ତି ବୋଲି ଜଣାଯାଏ । ସେହିପରି ହେଲିକ୍ୟାପ୍ଟର ପାଇଁ ରାଜ୍ୟ ସରକାର ବ୍ୟୟ କରିଛନ୍ତି ୫୨ କୋଟି ଟଙ୍କା ଖର୍ଚ୍ଚ କରି ସାରିଛନ୍ତି । ନିଜର ବ୍ୟକ୍ତିଗତ କାମରେ ହେଲିକ୍ୟାପ୍ଟର ଓ ଚପ୍ପର ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ୨ ମାସ ପୂର୍ବରୁ ରାଜ୍ୟର ସବୁଠାରୁ ପାୱାରଫୁଲ ବ୍ୟକ୍ତି କୁହାଯାଉଥିବା ଭି. କେ. ପାଣ୍ଡିଆନ୍ ଘରୁ ବାହାରିଲେ ହେଲିକ୍ୟାପ୍ଟରରେ ଯାଉଥିଲେ । ଏମିତି କି ସରକାରୀ ଚାକିରି କରିଥିବାବେଳେ ବାହାଘର ଭୋଜି ଖାଇବାକୁ ବି ହେଲିକ୍ୟାପ୍ଟର ନେଇ ଯାଉଥିଲେ ବୋଲି ଅଭିଯୋଗ ହୋଇଥିଲା । କିନ୍ତୁ ଏନେଇ ଯିଏ ପ୍ରଶ୍ନ ଉଠାଉଥିଲା ତାଙ୍କ ସ୍ୱରକୁ ଚାପି ଦିଆଯାଉଥିଲା । ହେଲେ, ସରକାର ବଦଳିବା ପରେ ସେ କରିଥିବା ଆଇନ ବିରୋଧୀ କାମ ତାଙ୍କ ପାଇଁ ମହଙ୍ଗା ପଡିବାକୁ ଯାଉଛି । ପାଣ୍ଡିଆନ୍‌ ହେଲିକ୍ୟାପ୍ଟରରେ ଉଡିବାରେ ପ୍ରାୟ ୫ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅଭିଯୋଗ ହୋଇଆସୁଛି । ଆଉ ଏହାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

Leave A Reply

Your email address will not be published.