ଭଟଲିରେ ଶିକ୍ଷା ବିଭାଗ ଜିନିଷ ପତ୍ର ନେଉଥିବା ବେଳେ ଗେଟ୍‌ରେ ତାଲା ପକାଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବିରୋଧ

ଭଟଲି, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ୧୭୩ ସରକାରୀ ସ୍କୁଲ ବନ୍ଦ ହୋଇଥିବା ବେଳେ ଭଟଲିରେ ଏହାର ବିରୋଧ ଦେଖିବାକୁ ମିଳିଛି । ଭଟଲିରେ ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲରୁ ଆସବାବପତ୍ର ସାମଗ୍ରୀ ନେଉଥିବା ବେଳେ ଅଭିଭାବକ ଓ ଛାତ୍ରଛାତ୍ରୀ ଗେଟ୍‌ରେ ତାଲା ଦେଇ ପ୍ରତିବାଦ କରିଥିଲେ । ଭଟଲି ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ଓ ଅନ୍ୟ ସ୍କୁଲର ଅଭିଭାବକମାନେ ଆଗରୁ ଆନ୍ଦୋଳନ କରି ଆସୁଛନ୍‌ନ୍ତି । ଜିଲ୍ଲାରେ ସ୍କୁଲ ବନ୍ଦ ପ୍ରତିବାଦରେ ଆନ୍ଦୋଳନ ଜାରି ରହିଛି । ଅଭିଭାବକ ମାନଙ୍କ ମଧ୍ୟରେ ମମତା ବାଗ, ସୁଜାତା ଭୋଇ, ଧନମତି ବେହେରା, ସରୋଜିନୀ ସିଂ, ସରୋଜିନୀ ମେହେର, ହେମବତୀ ଜେନା, କଳ୍ପନା ମେହେର, ସୁକାନ୍ତି ରଣା ତାଲା ବନ୍ଦ କରିଥିଲେ ।

Leave A Reply

Your email address will not be published.