କୃଷି ବିଲ୍‌କୁ ଆପ ରାଜ୍ୟ ଆବାହକଙ୍କ ବିରୋଧ

ବରଗଡ଼, (ସତ୍ୟନାରାୟଣ ପଧାନ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କୃଷି ବିଲ୍‌କୁ ବିଧାନସଭାରେ ଚିରି ବିରୋଧ କରିବା ପରେ ଆଜି ଓଡ଼ିଶାରେ ଆମ ଆଦମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ବିରୋଧ କରିଛନ୍ତି । ଆପ୍‌ର ସଂଗଠନ ନିର୍ମାଣ କାର୍ୟ୍ୟକ୍ରମରେ ଯୋଗାଦେଇ ବରଗଡ଼ ଜିଲ୍ଲା ଗସ୍ତରେ ଆସି ଶ୍ରୀ ମହାପାତ୍ର କୃଷି ବିଲ୍‌କୁ ବିରୋଧ କରିଛନ୍ତି । ଏହା ସହ ଜିଲ୍ଲାରେ ଆପ ଆଗାମୀ ପୋୖର ନିର୍ବାଚନ ଲଢ଼ିବାକୁ ଯାଉଥିବାରୁ, ସାଧାରଣ ଲୋକଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଜିଲ୍ଲା ଅବହାକ ଭାବନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଵ ପାତ୍ର ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.